ସାତ ବର୍ଷରେ ହେୟାର୍ ଡିଜାଇନର୍

ବୟସ ମାତ୍ର ସାତବର୍ଷ । ହେଲେ ଚୁଟି କାଟିବାରେ ସେ ଏମିତି ଦକ୍ଷତା ଦେଖାଉଛନ୍ତି ଯେ ଦେଖିବା ଲୋକ ତାଟକା ହୋଇଯାଉଛନ୍ତି । ନୂଆ ନୂଆ ଷ୍ଟାଇଲ୍ରେ ଚୁଟି କାଟି ସେ ସମସ୍ତଙ୍କୁ ବିସ୍ମିତ କରିଦେଉଛନ୍ତି । ଏହି ଝିଅଟିର ନାମ ହେଉଛି ଆଲିଜା ହେର୍ନାଣ୍ଡେଜ । ଆମେରିକାର ହ୍ୟୁଷ୍ଟନ୍ ସହରର ଏହି ଝିଅ ନା କାହାଠାରୁ ଟ୍ରେନିଂ ନେଇଛନ୍ତି ନା କେହି ତାକୁ ଶିଖେଇଛନ୍ତି । ଆଲିଜାଙ୍କ ବାପା ଫ୍ରାଙ୍କି ହର୍ନାଣ୍ଡେଜ କହନ୍ତି, ସବୁଦିନେ ସେ ସେଲୁନ୍କୁ ଆସେ । ମୁଁ ଗ୍ରାହକଙ୍କ ହେୟାର କଟିଂ କରୁଥିବା ଦେଖେ । ଦେଖିଦେଖି ସେ ଏତେସବୁ ଶିଖିଛି । ବାସ୍ତବରେ ତା’ ଭିତରେ ଜଣେ ଭଲ ହେୟାର ଡିଜାଇନର୍ର ଜିନ୍ ରହିଛି । ସମ୍ଭବତଃ ସେ ଏତେ କମ୍ ବୟସରୁ କୌଣସି ତାଲିମ ନ ନେଇ ଏଭଳି କାମ କରିପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ