ମନୋଜ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ଓରଫ ଭାଲୁକୁ ପୋଲିସ ଶୁକ୍ରବାର ଗିରଫ କରିଛି । ଭଗବାନ ସାହୁ ଦୀର୍ଘ ଦିନ ଧରି ପୋଲିସ ଅଭିଯୁକ୍ତ ଛକାପଞ୍ଚା ଖେଳ ମଧ୍ୟରେ ଶେଷରେ ପୋଲିସ ଭୂବନେଶ୍ୱରରୁ ଗିରଫ କରିଛି । ଏସଡିପିଓ ବିର୍ଷ୍ଣୁପ୍ରସାଦ ସେଠୀ ସୂଚନା ଦେଇଛନ୍ତି । ମେ ୨୨ ତାରିଖରେ ମନୋଜ ଜେନା କୁ ଲାଞ୍ଜିପଲ୍ଲୀ ରେ ଦୁର୍ବୁତ୍ତ ମାନେ ଗୁଡିମାଡ କରି ହତ୍ୟାକରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୂର୍ବରୁ ୭ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଅଭିଯୁକ୍ତ ନାମରେ ପୋଲିସ ତରଫରୁ ଲୁକ୍ ଆଉଟ୍ ଜ୍ାରୀ କରାଯାଇଥିଲା ।ବହୁ ଦିନର ଅଭିଯୁକ୍ତ ଓ ପୋଲିସ ଲୁଚକାଳି ପରେ ଶେଷରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ।


