କରୋନା ସହ ଯୁଦ୍ଧ ନିମନ୍ତେ ତୁଳସୀ ମହିଳା କଲେଜ ଜାତୀୟ ସେବା ସଂସ୍ଥା ସ୍ୱେଛାସେବୀ ପ୍ରସ୍ତୁତ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସର୍ବ ଭାରତୀୟ ତଥା ରାଜ୍ୟ ଜାତୀୟ ସେବା ଯୋଜନା ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ସଂଯୋଜକ ଡଃ.ଦୀପକ କୁମାର ବେହେରାଙ୍କ ନେତୃତ୍ୱରେ ଜୁମ ଆପ ଜରିଆରେ ଜାତୀୟ ସେବା ଯୋଜନାର ଅଧିକାରୀ ଓ ସ୍ୱେଛାସେବୀମାନଙ୍କୁ କୋଭିଡ-୧୯ ବା କରୋନା ସହିତ ଲଢିବା ପାଇଁ ଏକ ତାଲିମ ଶିବିରର ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଛାସେବୀମାନେ ଯୋଗଦେଇ ତାଲିମ ନେବା ସହ ସେମାନଙ୍କ ମନରେ କରୋନା ସମ୍ବଦ୍ଧୀୟ ବିଭିନ୍ନ ସନ୍ଦେହକୁ ପ୍ରଶ୍ନ ମାଧ୍ୟମରେ ପଚାରି ଦ୍ୱର କରିଥିଲେ । ଏହି ଶିବିରରେ ତୁଳସୀ ମହିଳା ମହାବିଦ୍ୟାଳୟର ୩୦ଜଣ ସ୍ୱେଛାସେବୀ ଋକସାରା ଆରା,ଅମ୍ବିକା,ସଙ୍ଗୀତା,ମୋନାଲିସା ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀ ଡଃ.ପଦ୍ମଜା କବି ଶତପଥୀଙ୍କ ନେତୃତ୍ୱରେ ଅଂଶଗ୍ରହଣ କରି ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏଥିପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଣଞ୍ଜିତ ରଞ୍ଜନ ସାହୁ ସ୍ୱେଛାସେବୀମାନଙ୍କୁ ଧନ୍ୟବାଦ ଦେବାସହ ଭବିଷ୍ୟତରେ ଆବଶ୍ୟକ ପଡିଲେ କରୋନା ସମ୍ବଦ୍ଧୀୟ ଜନ ସଚେତନତା ନିମନ୍ତେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀଗଣ କେବେହେଲେ ପଛଘୁଂଚା ଦେବେନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।