ଜିଲ୍ଲା ସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୁଲ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଚାମ୍ବରରେ ଜିଲ୍ଲା ସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଯୁବ ଉଦ୍ୟୋଗୀମାନଙ୍କ ନିମନ୍ତେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ସରକାରୀ ଜମି,ପରିବେଶ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନଓସି ପ୍ରାପ୍ତ ହେବା ଓ ବିଦ୍ୟୁତ ବିଭାଗରୁ ଏନଓସି ପାଇବା ସହିତ କିଭଳି ସମସ୍ତ ଆବଶ୍ୟକ ସରକାରୀ ପ୍ରମାଣପତ୍ର ଏକାଥରରେ ଜଣେ ଯୁବ ଉଦ୍ୟୋଗୀ ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ,ସହକାରୀ ସାଧାରଣ ପରିଚାଳକ ସେସୁ ଅମରଜୀତ ପଟ୍ଟନାୟକ,ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମେତ ଜିଲ୍ଲା ଶିଳ୍ପକେନ୍ଦ୍ରର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।