ପାରିବାରିକ କଳହର କରୁଣ ପରିଣତି: ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର, (ୱାଇଏନ୍‌ଏସ୍‌) : ପାରିବାରିକ କଳହର କରୁଣ ପରିଣତି । ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ସାମନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରଶାନ୍ତ ବିଶ୍ୱାଳ ଓ ପତ୍ନି ଚୁମୁକି ବିଶ୍ୱାଳଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ବିଳମ୍ବିତ ରାତ୍ରିରେ ଖାଇ ପିଇ ଶୋଇବା ପରେ ଉଭୟଙ୍କ ହଠାତ୍ ବାନ୍ତି ହୋଇଥିଲା । ସ୍ଥାନୀୟ ପଡୋଶୀଙ୍କ ସହାୟତାରେ ଅତି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୋଇବା ପରେ ଉଭୟ ବିଷ ପିଇ ଦେଇଥିବା ସନ୍ଦେହ କରାଯାଉଛି । ଏ ନେଇ ପୋଲିସ ଅଭିଯୋଗ ପାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ପ୍ରଶାନ୍ତଙ୍କର ଗୋଟିଏ ଦେଢ଼ବର୍ଷର ଝିଅ ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ