ଭାଜପା ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ମୋହନା ସଦର ମହକୁମା ଠାରେ ଭାଜପା ତରଫରୁ କରୋନା ଯୋଦ୍ଧା ଭାବେ ମୋହନା ମେଡିକାଲର ନିୟମିତ ସୁରକ୍ଷା ଦାୟିତ୍ୱରେ ଥିବା ଜଗୁଆଳି ଶ୍ରୀ ରାମ ମଳିକ,ଶ୍ରୀ ଜୁଗୁନୁ ସିଂଙ୍କ ସହ ସଫେଇ ଦାୟିତ୍ୱରେ ଥିବା ଭଉଣୀ ଶ୍ରୀମତୀ ବନିତା ଦାସ,ଶ୍ରୀମତୀ ଲିଲି ବେହେରା,ଶ୍ରୀ ଈଶ୍ୱର ସେଠିଙ୍କୁ ତାଙ୍କ ନିଷ୍ଠାପର ସେବାଯୁକ୍ତ କର୍ତବ୍ୟ ପାଳନ ପାଇଁ ଧନ୍ୟବାଦ ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇ କିଛି ରାସନ ସାମଗ୍ରୀ ବଣ୍ଟା ଯାଇ ଥିଲା l ତତ ସହିତ ତାଲା ବନ୍ଦ ସମୟରେ ନିର୍ଭିକ ଭାବେ ଘରଘର ବୁଲି ସେବା ଯୋଗେଇଦେଉଥିବା ଘର ଘର ଯୁଗଉଥିବା ଗିଆସ ଭାବରେ ସମସ୍ତଙ୍କ ମନ କିଣି ନେଇଥିବା ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକଙ୍କ ସହ ଆଉ ଜଣେ ପରଦା ପଛର ନାୟକ ପାନୀୟ ଜଳ ଦାୟିତ୍ୱରେ ଥିବା ଶ୍ରୀ ତୋଫାନ ମାଝୀଙ୍କ ଅବଦାନ ମଧ୍ୟ କିଛି କମ ନୁହେଁ..ତେଣୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଥିଲା l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଶେଷରେ ଗୁରୁତ୍ୱପୂର୍ଣ ପରିବହନ ଶ୍ରମିକ ଭୂମିକାରେ ଥିବା ଆମ ପରିଶ୍ରମୀ ଖଲାସି ଭାଇ ଶ୍ରୀ ଟୁଲୁ କମାର, ଶ୍ରୀ ଆନନ୍ଦ ପାତ୍ର, ସାହୁ ଖଲାସି ଆଦିଙ୍କୁ ସମ୍ମାନିତ କରାଯାଇ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ପାଇଁ ମୋହନା ମଣ୍ଡଳ ସଭାପତି ଶ୍ରୀ ସତ୍ୟନାରାୟଣ ଦଣ୍ଡସେନାଙ୍କ ନେତୃତ୍ୱରେ ସକ୍ରିୟ ଭାଜପା ଯୁବ ନେତା ଶ୍ରୀ ମନ୍ମଥ ମିଶ୍ର, ଶ୍ରୀ ପ୍ରଭାତ ପାତ୍ର, ଶ୍ରୀ ଟୁକୁନା ରାଓ, ଶ୍ରୀ ହେମନ୍ତ ମହାନ୍ତି, ଶ୍ରୀ ସୂର୍ଯ୍ୟନାରାୟଣ ସାହୁ ଆଦି ପ୍ରମୁଖ ନେତା ଉପସ୍ଥିତ ରହି ଯୋଦ୍ଧାଙ୍କୁ ସମ୍ମାନିତ କରି ଦଳକୁ ଗୌରବାନ୍ୱିତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ