ଜିଲ୍ଲାପାଳଙ୍କ କ୍ଷମତା ଦେଖାଇଲେ ସରପଞ୍ଚ: ନିଳୋକ ପଞ୍ଚାୟତ ୧୨ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଯୁଦ୍ଧରେ ସମସ୍ତ ସରପଞ୍ଚ ମାନେ ସୈନିକ ସାଜିଛନ୍ତି । ଦିନରାତି ଏକ କରି ନିଜ ପଞ୍ଚାୟତକୁ ସୁରକ୍ଷିତ ରଖିବା ସହ ଲୋକ ମ।।ନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । କରୋନା ମୁକାବିଲା ପାଇଁ ଏହି ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ନିଜ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ଶନିବାର ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସଟ୍ ଡାଉନ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ଅଦ୍ୟାବଧି ବନ୍ତ ବ୍ଲକରେ କୌଣସି ପଞ୍ଚାୟତରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ନିଳୋକ ପଞ୍ଚାୟତର ପଡୋଶୀ ପଞ୍ଚାୟତ ଗୋବିନ୍ଦପୁରରେ ଗତ ୩ ଦିନ ତଳେ ଜଣେ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସରପଞ୍ଚ ଶ୍ରୀ ମହାନ୍ତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ସକାଳ ଠାରୁ ନିଜେ ପଞ୍ଚାୟତରେ ଉପସ୍ଥିତ ରହି ସଟ୍ ଡାଉନ୍ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏହି ସଟ୍ ଡାଉନ୍ ଫଳରେ ଆଜି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା । କୌଣସି ଲୋକ ଘରୁ ବାହାରକୁ ବାହାରି ନଥିବା ଦେଖାଯାଇଥିଲା । ସରପଞ୍ଚଙ୍କ ତତ୍ତ୍ୱାବଧାନରେ ୧୧ଟି ୱାର୍ଡର ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀ ମାନେ ନିୟୋଜିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ୧୨ ଘଣ୍ଟିଆ ସଟ୍ ଡାଉନରେ ପଞ୍ଚାୟତବାସୀ ସହଯୋଗ କରିଥିବାରୁ ସମସ୍ତ ଜନସାଧାରଣଙ୍କୁ ସରପଞ୍ଚ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ