କୋଭିଡ-୧୯ ନିୟନ୍ତ୍ରଣ ୪ରୁ ୫ ବର୍ଷ ଲାଗିପାରେ: ହୁ

ଜେନେଭା: କୋଭିଡ-୧୯କୁ ନିୟନ୍ତ୍ରଣକୁ ଆଣିବା ପାଇଁ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଲାଗିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବୈଜ୍ଞାନିକମାନେ ମତ ଦେବା ଆରମ୍ଭ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଯେ କେବଳ ଯେ ପ୍ରତିଷେଧକ ଭ୍ୟାକ୍ସିନ ବାହାରି ଗଲେ କୋରୋନା ନିୟନ୍ତ୍ରଣ ଭିତରକୁ ଆସିବ, ତାହା ଭାବିବା ଠିକ ହେବ ନାହିଁ। ଭ୍ୟାକ୍ସିନ ବାହାରିବା ପାଇଁ ବି ଆହୁରି ୧୨ରୁ ୧୮ ମାସ ଲାଗି ପାରେ । ଯଦି ଭ୍ୟାକ୍ସିନ ବାହାରେ ଏହାର କ୍ଲିନିକାଲ ପରୀକ୍ଷା ପାଇଁ ମଧ୍ୟ ସମୟ ଲାଗିବ। ଏହାର ପାର୍ଶ୍ବ ପ୍ରତିକ୍ରିୟା, ଦାମ ଓ ସପ୍ଲାଇ ଆଦିକୁ ନେଇ ମଧ୍ୟ ସମସ୍ୟା ଉପୁଯିବ। ତେଣୁ ଏହି କୋଭିଡ-୧୯ ଭୂତାଣୁ ଠାରୁ ଆମେ ଏତେ ଶୀଘ୍ର ଦୂରେଇ ଯାଇ ପାରିବା ନାହିଁ ବୋଲି କହିଛନ୍ତି ହୁ‘ର ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ। ସେହିପରି ୬୦ରୁ ୭୦ ପ୍ରତିଶତ ଲୋକଙ୍କ ଠାରେ କୋରୋନା ପ୍ରତିରୋଧକ ଶକ୍ତି ବଢ଼ିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଏଥିପାଇଁ ସବୁ ବୟସ ବର୍ଗର ଲୋକ କୋରୋନାରେ ଆକ୍ରାନ୍ତ ହୋଇ ସାରିଲା ପରେ ହିଁ ସମ୍ଭବ। ଏହାବାଦ ଭ୍ୟାକ୍ସିନ ହିଁ କୋରୋନା ମୁକାବିଲାରେ ସବୁଠାରଚୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ବାହାରିଥିବା କେତେକ ଭ୍ୟାକ୍ସିନକୁ ନେଇ ବିଶ୍ବର ପ୍ରତିଷ୍ଠିତ ଔଷଧ କମ୍ପାନୀ ମଡର୍ଣ୍ଣା, ସାନୋଫି ଓ ନୋଭାଭକ୍ସ ହ୍ୟୁମାନ ଟ୍ରାଏଲ ଆରମ୍ଭ କରିଛନ୍ତି। ମାତ୍ର ଏଯାବତ ଏହି ଔଷଧ କମ୍ପାନୀଙ୍କ ପକ୍ଷରୁ କୌଣସି ଠୋସ ପ୍ରତିଶ୍ରୁତି ମିଳିନାହିଁ। ତେଣୁ କୋରୋନା ବିରୋଧୀ ଲଢ଼େଇ ଲମ୍ବା ବୋଲି ଏକପ୍ରକାର ନିଶ୍ଚିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ