କେନାଲରେ ବୁଡି ମୃତ୍ୟୁ ବରଣ କଲେ ମହିଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା, ରାମଚନ୍ଦ୍ରପୁର ନୂଆଗାଁ ର ଭମା ନାୟକ (୬୦) ନାମକ ଜଣେ ମହିଳା ବାଘୁଆ କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ଘଟଣାରୁ ଜଣା ପଡ଼ିଛି, ଆଜି ଅପରାହ୍ନରେ ଭମା ନାୟକ ସ୍ନାନ ଶୌଚ ପାଇଁ ଗ୍ରାମ ପାଖ ଦେଇ ଯାଇଥିବା ବାଘୁଆ କେନାଲକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଭମା ନାୟକ ଙ୍କ ଗୋଡ ଖସିଯିବା ଯୋଗୁଁ ସେ କେନାଲରେ ବୁଡି ଯାଇଥିଲେ। ବହୁ ସମୟ ଧରି ନଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ବୃନ୍ଦ କେନାଲରେ ଖୋଜିବା ସମୟରେ ଭମା କେନାଲ ପାଣିରେ ଭାସୁଥିବା ଦେଖିଥିଲେ। ଭମାକୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ନିଆଯାଇଥିଲେ। ହେଲେ ସେଠାରେ ଡାକ୍ତର ଭମାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ୫/୨୦୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ