ଭୂତାଣୁ ଭୂମିକାରେ ଆଂଚଳିକ ଜାତୀୟତାବାଦ
ଭୂତାଣୁଭୂମିକାରେ ଆଂଚଳିକ ଜାତୀୟତାବାଦ : ମାୟାଧର
ଯାଜପୁର (ମାୟାଧର ନାୟକ) : ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ଏଠାରେ ଭାରତବର୍ଷର ଦୁଇଟି ରାଜ୍ୟ ଓଡିଶା ଓ ଗୁଜୁରାଟ ସଂପର୍କରେ ନଲେଖି ରହିପାରୁନି । ଆମ ଓଡିଶା ଉଦାରବାଦୀ, କଳାପ୍ରେମୀ, ମାନବତାବାଦୀ ଓ ସମ୍ବେଦନାଶୀଳ ଜାତି । ଏହି ମହାମାରୀ ବିପଦବେଳେ ରାଜଧାନୀ ଠାରୁ ଆରମ୍ଭ କରି ପଲ୍ଲୀ ପର୍ୟ୍ୟନ୍ତ ସବୁସ୍ତରର ଅନୁଷ୍ଠାନ, ସଂସ୍ଥା, ଜନସାଧାରଣ ପାରୁପର୍ୟ୍ୟନ୍ତ କର୍ତବ୍ୟ କରୁଛନ୍ତି । ଆମେ ଅନ୍ୟ ରାଜ୍ୟର ଶ୍ରମଜୀବିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେଉଛୁ । ଏପରିକି ପାଦଚଲା ଯେ କୌଣସି ରାଜ୍ୟର ପ୍ରବାସୀଙ୍କୁ ରାସ୍ତାରୁ ଡାକିନେଇ ସେମାନଙ୍କ ଖାଦ୍ୟପେୟ ଓ ଗାଡିର ବନ୍ଦୋବସ୍ତ କରାଯାଉଛି । ସବୁଠୁବେଶି ଦୁଃଖଦ ଘଟଣାହେଉଛି – ଆମ ଓଡିଶାରୁ ବିଭିନ୍ନ ରାଜ୍ୟରେ ଜୀବିକା ଅନ୍ୱେଷଣରେ ପଡିରହିଥିଲେ । ବିଶେଷ କରି ଗୁଜୁରାଟରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମଜୀବି ଆଜି ପ୍ରାଣବିକଳରେ ଘରମୁହାଁ । ଆମ ସରକାର ଗୁଜୁରାଟ ସରକାରଙ୍କୁ ସମସ୍ତପ୍ରକାର ସହଯୋଗ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା କାର୍ୟ୍ୟକାରୀ ହେଇପାରୁନି । ସେମାନେ ପ୍ରବାସୀମାନଙ୍କୁ କଦର୍ୟ୍ୟ ବ୍ୟବହାର ଏପରିକି ପିଟି ପିଟି ମାରିଦେଉଛନ୍ତି । ଯେଉଁମାନେ ଦିନେ ସେରାଜ୍ୟର ସମ୍ପଦ ଥିଲେ – ଏ ମହାମାରୀବେଳେ ସେମାନେ ଅଲୋଡା ।
ଏଠାରେ ଗୁଜୁରାଟ ସରକାରଙ୍କୁ କହିବାକୁ ଚାହେଁ – ଯେତେବେଳେ ତମର ନିର୍ମାଣ ଦରକାର ଥିଲା, ତମରଶିଳ୍ପ ଦରକାର ଥିଲା, କଳକାରଖାନାର କିର୍ତୀସ୍ତମ୍ଭ ସ୍ଥାପନା କରିବାର ଦରକାର ଥିଲା – କୋଠାବାଡିରୁ କଂକ୍ରିଟ୍ ରାସ୍ତା ବିଛାଇବାର ଯୋଜନାକୁ ଫଳ ପ୍ରଶୁ କରାଇବାର ଦରକାର ଥିଲା – ସେତେବେଳେ ତମେ ଆମ ଓଡିଶାର କ୍ଷେତ ବାଡିର ଜଗୁଆଳି ମାନଙ୍କୁ, ଦୁଖି ଦୁର୍ଗତ ଚାଷୀ ଭାଇ ଭଉଣୀ ମାନଙ୍କୁ ତମ ମାଟିରେ ମଜଦୁର କରିବା ପାଇଁ ମୋଟା ପଇସା ମୁଣି କୁହଲାଇ ପାଛୋଟି ନେଲ । ଏ ପ୍ରଦେଶ ବାସୀ ତମ ପ୍ରଦେଶରେ ପରିଣତ ହେଲେ ପ୍ରଲୁବ୍ଧ୍ ପ୍ରବାସୀ । ସେମାନଙ୍କ ଅଜସ୍ର ହସ୍ତର ସ୍ପର୍ଶରେ ତମମାଟି, ଗୋଡି, ପଥରରୁ ଧୂଳିବାଲି ପର୍ୟ୍ୟନ୍ତ ସବୁସୁନା ପାଲଟିଗଲା । ମାତ୍ର ଆଜି କରୋନାର କରାଳତାରେ ବିପନ୍ନ ତମର ସରକାର ସେମାନଙ୍କୁ ବାତିଲ କରାଇଦେଲେ ବଂଚିବାର ଦାବିନାମାରୁ । ଆଜିସେମାନେ ଫେରିଆସୁଛନ୍ତି – ପୁଣିସେମାନଙ୍କଉଜୁଡାକ୍ଷେତରଇଲାକାକୁ । ବହୁ ବର୍ଷ ତଳେ ଛାଡି ଯାଇଥିବା ତାଙ୍କ ଭିଟା ମାଟିର ଭଙ୍ଗାକୁଡିଆ ଆଡକୁ ।
ହେ… ଗୁଜୁରାଟ ସରକାର – ତୁମେ କ’ଣ ଲାଭଛଡା ଆଉ କିଛିବୁଝନା । ଯେଉଁ ପ୍ରବାସୀମାନେ ହାଡର ହିଡରେ ରକ୍ତର ସିଆରକାଟି ଫଳାଇଲେ ସୁନାର ଫସଲ – ସେମାନଙ୍କୁ ତୁମେ ଏତେ ଶୀଘ୍ରଭୁଲିଗଲ?ପ୍ରବଂଚିତ ପ୍ରବାସୀର ଏ ଲମ୍ବା ପଟୁଆରରେ କେବେ ଲକ୍ଷ୍ୟ କରିଛକି – ସେମାନଙ୍କ କ୍ଷତବିକ୍ଷତ ପାଦର ଛିଣ୍ଡାମାଂସ ଓ ରକ୍ତରେ ରାସ୍ତା ସାରା କରୁଣକାତର । କେବେ ସେମାନଙ୍କ ଅସହାୟ ଆଖିକୁ ଅନାଇ ଲକ୍ଷ୍ୟକରିଛକି – କୋଷ କୋଷ ଲୁହର ଅମାପ ଶୂନ୍ୟତା । ଏବେ ଏହି ପ୍ରତ୍ୟାବର୍ତିତ ପ୍ରବଂଚିତ ପ୍ରବାସୀ ପ୍ରବାହ ଦୁଃସ୍ଥ, ଦୁର୍ଗତ, ରିକ୍ତ, ନିଶ୍ୱ, କଂକାରସାର । ଏବେଗୋଟିଏ ପ୍ରଶ୍ନ – ଏଇ କ’ଣ ତମର ଗୁଜୁରାଟ ମଡେଲ? ଏଇ କ’ଣ ତମର ଅଚ୍ଛେଦିନର ଲମ୍ବା ଚୌଡା ଇସ୍ତାହାର । ଜବାବ୍ ଦେବ କି? ଆଂଚଳିକ ଜାତୀୟତାବାଦର ଭୂତାଣୁ ଅଦୂର ଭବିଷ୍ୟତରେ ଏ ଦେଶ ଓ ଜାତିର ଅନ୍ତର ଆତ୍ମାକୁ ଯେ କଳୁଷିତ କରି କ୍ଷେୟିଷ୍ଣୁ ଭୂମିକା ବିସ୍ତାରି ଚାଲୁଥିବ ଏଥିରେ ସନ୍ଦେହ ନାହିଁବୋଲି ଶ୍ରୀ ନାୟକ ସତର୍କ କରାଇଦେଇଛନ୍ତି ।
ୟକ ସତର୍କ କରାଇଦେଇଛନ୍ତି ।


