ମେ ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍‌ ବଢାଇଲେ ପଞ୍ଜାବ ସରକାର

ପଞ୍ଜାବ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବ ସରକାର ଲକ୍‌ ଡାଉନ୍‌ର ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବଢାଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି ଯେ, ମେ ୧୮ ରୁ ଲକ୍ ଡାଉନ୍‌ -୪ରେ କିଛି କଟକଣାକୁ କୋହଳ କରାଯିବ। ଏଥିପାଇଁ ଜନତାଙ୍କ ସମର୍ଥନ ଆବଶ୍ୟକ। ତେବେ ପଞ୍ଜାବ ସରକାର ରାଜ୍ୟରେ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୧୮ରେ ଜାରି ହେବାକୁ ଥିବା ଲକ୍‌ଡାଉନ୍‌ ୪.୦ରେ କିପରି କଟକଣା ରହିବ ସେ ନେଇ କେନ୍ଦ୍ର ସରକାର ସୂଚନା ଦେବେ। ତେବେ ପଞ୍ଜାବ ସରକାର ରାଜ୍ୟରେ କିଛି କଟକଣାକୁ କୋହଳ କରିବେ। କିନ୍ତୁ ଯେଉଁଠାରେ ଅଧିକ ମାତ୍ରାରେ କରୋନା ସମ୍ପର୍କିତ ମାମଲା ରହିଛି, ସେଠାରେ କଟକଣା ଜାରି ରହିବ। କରୋନା ସ୍ଥିତିକୁ ନେଇ ଜାରି ହେଉଥିବା ରେଡ୍‌ ଜୋନ୍‌, ଗ୍ରୀନ୍‌ ଜୋନ୍‌ ଓ ଅରେଞ୍ଜନ ଜୋନ୍‌ ସପକ୍ଷରେ ପଞ୍ଜାବ ସରକାର ନଥିବାବେଳେ କଣ୍ଟେନମେଣ୍ଟ ଜୋନ ଓ ନନ୍‌ କଣ୍ଟେନମେଣ୍ଟ ଜୋନ୍‌ ପକ୍ଷରେ ରହିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ଦେଶରେ ଆଉ ଦୁଇ ସପ୍ତାହ ପାଇଁ ଲକ୍‌ ଡାଉନ୍‌ ବଢାଇପାରନ୍ତି ବୋଲି ସୂଚନା ମିଳୁଛି। ଏହା ମେ ୩୧ ପର୍ଯ୍ୟନ୍ତ ଚାଲି ରହିବ। କିନ୍ତୁ ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କ’ଣ କ’ଣ କୋହଳ ହେବ ଏହାକୁ ନେଇ ରବିବାର ଦିନ ସରକାରଙ୍କ ତରଫରୁ ଜାରି କରାଯାଇପାରେ। ଲକ୍‌ ଡାଉନ୍‌ ୪କୁ ନେଇ କେନ୍ଦ୍ର ସରକାର ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରସ୍ତାବ ମାଗିଥିଲେ। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍‌ ୪.୦ ଜାରି କରାଯିବ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ