୭୦ ଲିଟର ଦେଶୀ ମଦ ସହ ୧୪୮୦ କେଜି ମହୁଲ ପୋଚ ଜବତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ଲକ୍ ଡାଉନ୍ ମଧ୍ୟ ମାଫିଆଙ୍କ ପାଇଁ ସୁବର୍ଣ୍ଣ ଦିନ ଆଣି ଦେଇଛି । ଲକ୍ ଡାଉନରେ ଲୋକେ ଖାଦ୍ୟ ଓ ପିଇବା ପାଣି _ପାଇଁ ଡହଳ ବିକଳ ହେଉଥିବା ବେଳେ ମଦୁଆଙ୍କ ଶୋଷ ମେଣ୍ଟାଉଛନ୍ତି ଚୋରା ମଦ ମାଫିଆ । ମୟୂରଭଂଜ ଜିଲ୍ଲାର କୋଣେ ଅନୁକୋଣେ ମଦର ବନ୍ୟା ଛୁଟିଛି ।ଆଉ ସେହି ମଦ ବେପାରୀଙ୍କ ପଛରେ ଅଛି କିଏ? ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗର ସ୍ବତନ୍ତ୍ର ଇନ୍ସପେକ୍ଟର ହରିହର ସିଂ ଙ୍କ ନେତୃତ୍ୱରେ ବିଜାତଳା ବ୍ଲକର ପାଟପୁର,ମୁଣ୍ଡାଠାକୁରା,ଆମଦାବେଡା,ବାଘିଆଟାଙ୍ଗରରେ ଚଢ଼ାଉ କରି ୭୦ ଲିଟର ଚୋରା ଦେଶୀ ମଦ,୧୪୮୦ ମହୁଲ ପୋP ଏବଂ ମଦ ସାମଗ୍ରୀ ଜବତ କରି ମାମଲା ରୁଜୁ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ