ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଜପତି ପ୍ରଶାସନ ପକ୍ଷରୁ ପ୍ରବାସୀ ଓଡିଆଙ୍କୁ ଯୋଗ ଶିକ୍ଷା 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଓଡିଆଙ୍କ ପାଇଁ ରହିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଠାରୁ ଯୋଗ ଶିକ୍ଷା ଆରମ୍ଭ ହୋଇଥିବା ସୁଚନା ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ୪୫ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ୧୬୪୨ଜଣ ପ୍ରବାସୀ ଓଡିଆ ଅନ୍ତେବାସୀଙ୍କୁ ଯୋଗ ଶିକ୍ଷା ଦିଆଯାଉଛି । ପ୍ରତିଦିନ ସକାଳ ୬ଘଣ୍ଟା ଠାରୁ ୮ଘଣ୍ଟା ପର୍ଯନ୍ତ ଏହି ଯୋଗ ଶିକ୍ଷା ସ୍ଥାନୀୟ ଶାରିରୀକ ପ୍ରସିକ୍ଷକଙ୍କ ଦ୍ୱାରା ଦିଆଯାଉଛି । ସମସ୍ତେ କିପରି ନିରାମିଷ ଭୋଜନ ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି । ସଂଘରୋଧରେ ରହୁଥିବା ଏହି ପ୍ରବାସୀ ଓଡିଆଙ୍କ ରୋଗ ପ୍ରତିରୋଧ ସକ୍ତି ବଢାଇବା ଓ ମାନସିକ ସନ୍ତୁଳନ ରକ୍ଷା ପାଇଁ ପ୍ରଶାସନ ଏପରି କାର୍ଯ୍ୟକ୍ରମ ଆରମ୍ଭ କରିଛି । ସଂଘରୋଧରେ ରହୁଥିବା ୨୧ ଦିନ ସମୟ ମଧ୍ୟରେ କିପରି ଯୋଗର କୋର୍ସ ଶେଷ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏଥିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଏହି କାର୍ଯ୍ୟ ପାଇଁ ପଞ୍ଚାୟତ ସମିତି ସ୍ତରରେ ବିଡିଓ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା ସ୍ତରରେ ଜିଲ୍ଲା କ୍ରୀଡାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ଆଗାମି ଦିନରେ ପ୍ରବାଶୀ ଓଡିଆଙ୍କ ଫେରିବା ସଂଖ୍ୟା ବଢିବାର ଥିବାରୁ ଏହି ଯୋଗ ଶିକ୍ଷା କିପରି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ