ନାଉଗାଁ ଜରାଶ୍ରମରେ ଖାଦ୍ୟ ବଂଟନ

ନାଉଗାଁ, (ଓ୍ବାଇଏନ୍ଏସ୍):କରୋନା ମହାମାରୀରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । କେତେ ଶ୍ରମିକ ଜୀବିକା ହରାଇଥିବା ଜଣାଯାଇଛି । ଏହି ସମୟରେ କିଛି ବଦାନ୍ୟ ବ୍ୟକ୍ତି ଖାଦ୍ୟ,ପଦାର୍ଥ ଆଦି ବଂଟନ କରୁଥିବା ଜଣାଯାଇଛି । ନାଉଗାଁ ବ୍ଳକର ଜାମୁଗାଁ ପଂଚାୟତ ନନ୍ଦିଗ୍ରାମର ନନ୍ଦିକିଶୋର ୟୁଥ କ୍ଳବ ଓ ମା ଲକ୍ଷ୍ମୀ ଇଲୋକ୍ଟ୍ରୋନିସର ପ୍ରୋପାଇଟରଙ୍କ ସହଯୋଗରେ ନାଉଗାଁ ବ୍ଳକସ୍ଥିତ ବ୍ଳକଛକରେ ଥିବା ଜରାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କୁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ,ରାତ୍ରଭୋଜନ ଆଦି ପ୍ରଦାନ କରାଯାଇଛି । ପ୍ରଥମେ ଜରାଶ୍ରମ ପରିସରରେ ଅନ୍ତେବାସୀଙ୍କୁ ନେଇ କରୋନା ଭୁତାଣୁ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ, ସମାଜସେବୀ ଗୋପାଳ ଚନ୍ଦ୍ର ଦାସ, ତ୍ରିଲୋଚନ ପାଢୀ, ହିମାଂଶୁ ମହାନ୍ତି, ପ୍ରସନ୍ନଜିତ ସାହୁ, କ୍ଳବର ସଂପାଦକ ରମାକାନ୍ତ ପାଢୀ ଯୋଗ ଦେଇ ସାମାଜିକ ଦୁରତା, ହାତ ସଫା ବିଷୟରେ ବୁଝାଇଥିଲେ । କିପରି କରୋନା ଭୁତାଣୁ ଠାରୁ ବୃଦ୍ଧ ମା, ବାପା ମାନେ ନିଜକୁ ସୁରକ୍ଷିତ ରଖିପାରିବେ ସେଥିପାଇଁ କି କି ସତର୍କତା ଅବଲମ୍ବନ କରାଯାଇ ପାରିବ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଳବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ