’ଅମ୍ଫାନ’ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଅମ୍ପାନର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ଼ ଧୀରେ ଧୀରେ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା, କ୍ୟାବିନେଟ ସଚିବ ରାଜୀବ ଗଉବା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ. ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ସମସ୍ତଙ୍କ ନିରାପତ୍ତା କାମନା କରୁଛନ୍ତି। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁପ୍ରକାରର ସହାୟତା କରିବାକୁ। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ସ୍ଥିତି ସଂପର୍କରେ ଅବଗତ ହେବା ସହ ମୁକାବିଲା ପ୍ରସ୍ତୁତି, ଏନଡିଆରଏଫ ଦ୍ୱାରା ପ୍ରସ୍ତୁତ ଉଦ୍ଧାର କାର୍ଯ୍ୟର ଯୋଜନାରସମୀକ୍ଷା କରିଛନ୍ତି । ଏହି ଅବସରରେ ଏନଡିଆରଏଫ ମହାନିର୍ଦ୍ଦେଶକ ଏସଏନ ପ୍ରଧାନ ଜଣାଇଥିଲେ ଯେ ୨୫ଟି ଏନଡିଆରଏଫ ଟିମ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମୁତୟନ କରାଯାଇଛି ଓ ଅନ୍ୟ ୧୨ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ଦେଶର ଅନ୍ୟ କେତେକ ସ୍ଥାନରେ ଆଉ ୨୪ଟି ଏନଡିଆରଏଫ ଦଳକୁ ସଜାଗ ରଖାଯାଇଛି ବୋଲି ସେ କହିଛନ୍ତି । ଗତକାଲି କ୍ୟାବିନେଟ ସଚିବ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଅମ୍ପାନ ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ