ଉକ୍ରଳ ବୀର ସମ୍ମାନ ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଚଳିତବର୍ଷ ପ୍ରଳୟଙ୍କାରୀ ବାତ୍ୟା ଫନିରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ନିଜ ଜୀବନଦକୁ ବାଜି ଲଗାଇ ବହୁ ଧନ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲେ, ବିଶେଷକରି ବାତ୍ୟା ପରବର୍ତ୍ତୀ ବିପର୍ଯୟ ମୁକାବିଲା କରିବା ଦିଗରେ କାର୍ଯ୍ୟ କରିଥିଲେ, ବିଭିନ୍ନ ସାମାଜିକ ଅନୁଷ୍ଠାନ ବ୍ୟକ୍ତିବିଶେଷ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଓଡ଼ିଶା ସମାଜସେବୀ ମହାସଂଘ ପକ୍ଷରୁ ୪୦ ଜଣଙ୍କୁ ‘ଉକ୍ରଳ ବୀର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ଟ୍ରାଫିକ ଏସିପି ଡଃ କିଶୋର ଚନ୍ଦ୍ର ପାଣିଗ୍ରାହୀ, ଉକ୍ରଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମାଜସେବୀ ନମ୍ରତା ଚଢା, ଶୁଭଶ୍ରୀ ଦାସ, ପ୍ରୀତିଛନ୍ଦା ଧଳ, ଶିକ୍ଷାବିତ୍ ବଦ୍ରୀନାଥ ପଟ୍ଟନାୟକ, ମହସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା, ଲିଙ୍ଗରାଜ ସାହୁ ଯୋଗ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶା ସମାଜସେବୀ ମହାସଂଘର ସମ୍ପାଦକ ସୁଶାନ୍ତ କୁମାର ନାୟକ । ସସ୍ମିତା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିବରଣୀ ପାଠ କରିଥିଲେ ଓଡ଼ିଶା ସମାଜସେବୀ ମହାସଂଘର ଭୁବନେଶ୍ୱର ସଭାପତି ମନସ୍ମିତା ଜେନା । ମହାସଂଘ ଉପରେ ଆଭିମୁଖ୍ୟ ରଖିଥିଲେ ଲିଙ୍କନ ସୁବୁଦ୍ଧି, ଲୋରା ମହାପାତ୍ର, ମୀରା ପରିଡ଼ା, ରାଜଲକ୍ଷ୍ମୀ ମହାପାତ୍ର । ଅମ୍ବିକା ମହାରଣା, ବିନ୍ଦାସ ଚିନୁ, ବାପି ମହାନ୍ତି, ସୌରଜିତ ଦେଓ, ରଞ୍ଜନ କୁମାର ବେହେରା, ଶିବ ଶଙ୍କର ଡ଼ାକୁଆ, ମନିଷା ଷଡ଼ଙ୍ଗୀ, ସୁରେଶ କୁମାର ମାଝୀ, ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ । ସମାଜରେ ନିଃସ୍ୱାର୍ଥପର ଭାବେ ସମାଜସେବା କରୁଥିବା ସମାଜସେବୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ଆଖି ଆଗରେ ରଖି ‘ଓଡ଼ିଶା ସମାଜସେବୀ ହାସଂଘ’ ପ୍ରତିଷ୍ଠା କରାଯାଇ ଅଛି । ସମାଜସେବୀ ମାନଙ୍କ ଭିତରେ ଏକତାର ଭାବ ରଖି ସମସ୍ତଙ୍କୁ ଏକତାର ଦଉଡ଼ିରେ ବାନ୍ଧି ରଖିବାର ଓଡ଼ିଶା ସମାଜସେବୀ ମହାସଂଘର ଏହା ଏକ ପ୍ରୟାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ