ଗଂଜାମ ଜିଲ୍ଲାରେ ଚାଷିଙ୍କ ଦୁଃଖ ବୁଝିବେ କିଏ ?

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ଯୋଗୁଁ ଚାରିଆଡେ ଲକ ଡାଉନ ଏନେଇ ସମସ୍ତ ବର୍ଗ ର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଗତି କରୁଛନ୍ତି । ସେଥିରୁ ବାଦ ପଡି ନାହାନ୍ତି ଚାଷି ମାନେ । ଚାଷି ମୁଣ୍ଡର ଝାଳ ତୁଣ୍ଡରେ ମାରି ବର୍ଷଯାକ ବିଲରେ କଷ୍ଟ ପଡି ଅନାଇ ବସିଥାନ୍ତି ତାର ଅମଳ ଧାନ କୁ ବିକ୍ରି କରି ସେ ତାର ପରିବାର ପତି ପୋଷଣ କରିବା ସହ ପିଲା ମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନିମନ୍ତେ । ଏହାସହିତ ସାଉକାରଙ୍କ ଋଣ ସହ ସରକାରୀ ଋଣ ସୁଜିବାକୁ । ମାତ୍ର ଏଥିରେ ଦାଉ ସାଜିଥାନ୍ତି ପ୍ରାକୃତିକ ବିପର୍ଯ୍ୟୟ କେତେବେଳେ ବାତ୍ୟା, ଆଉ କେତେବେଳେ ବନ୍ୟା ଏବଂ ଅଦିନିଆ ବର୍ଷା, ରୋଗ ପୋକ । କଥାରେ ଅଛି ଚାଷି ହସିଲେ ଦେଶ ହସିବ । ବର୍ତ୍ତମାନରେ ଚାଷି ଦୁଃଖରେ ରହିଥିବାର ଦେଖିବାକୁ ମିଳିଛି ।ଗଂଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏହି ଜିଲ୍ଲାରେ ଯେ କୈାଣସି ଯୋଜନା ଆରମ୍ଭ ହୁଏ ସବୁ ଅନ୍ୟ ଜିଲ୍ଲାରେ ତାହା କାର୍ଯ୍ୟ କାରୀ କରାଯାଏ । ମାତ୍ର ଏ ଜିଲ୍ଲାର ଚାଷି ମାନେ ଦୁଃଖ ଦୁର୍ଦ୍ଦଶାରେ ଗତି କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଚାଷୀ ମାନେ ସେମାନଙ୍କ ଅମଳ ଧାନ ସରକାରଙ୍କୁ ବିକ୍ରିବା ପାଇଁ ଅନେଇ ବସିଥିବା ବେଳେ ସରକାରୀ ନୀୟମ ତାଙ୍କୁ ବାଧକ ସାଜିଥାଏ । ଟାରଗେଟ ଓ ଟୋକେନ ନୀୟମ କହି ସରକାରୀ ବାବୁ ମାନେ ଚାଷିଙ୍କୁ ଭଣ୍ଡେଇ ଭଣ୍ଡେଇ ଆସୁଥିବା ବେଳେ ଦାଉ ସାଜିଲା କରୋନା ଭୂତାଣୁ । କରୋନା ଭୂତାଣୁ ଆଳରେ ସରକାରୀ ବାବୁ ମାନେ ଜିଲ୍ଲାରେ ଚାଷି ମାନଙ୍କ ବଳକା ଧାନ ନ କିଣି ଟାରଗେଟ ବା ତାରିଖ ଧାର୍ଯ୍ୟ ଶେଷ ହୋଇଥିବା କହି ନିରୀହ ଚାଷିଙ୍କ ଅମଳ ଧାନକୁ ଆଉ କିଣିଲେ ନାହିଁ । ଗଂଜାମ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ କରୋନା ମୁକାବିଲାରେ ଲାଗି ପଡିଛନ୍ତି । ଚାଷିଙ୍କ କଥା ବୁଝିବ କିଏ । ଜିଲ୍ଲାର ବଳକା ଚାଷିଙ୍କ ଧାନ କିଣିବା ଦାବୀ ନେଇ ଅଗ୍ରଣୀ ଚାଷି ସଂଗଠନ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ସଚିବ, ୫-ଟି ସଚିବ ଏବଂ ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରିଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ଖାଲି ପ୍ରତିଶ୍ରୃତି ମିଳୁଛି । ସେହିପରି ଜିଲ୍ଲାର କେତକ ଅଂଚଳରେ ଚାଷି ମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଥିଲେ । ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତର ୨୫ଜଣ ଚାଷିଙ୍କ ଧାନ କରୋନା ଲାଗି କିଣା ଯାଇନାହିଁ । ତେଣୁ ସେମାନଙ୍କ ଧାନ ତୁରନ୍ତ କିଣିବା ଦାବି ନେଇ ସୋମବାର ସମିତି ସଭ୍ୟା ବନ୍ଦନା କୁମାରୀ ନାହାକ, ସୁକାନ୍ତ ନାହାକ, ଚାଷି ନେତା ସିମାଞ୍ଚଳ ନାହାକ, ଅର୍ଜୁନ ସାମଲ ଓ ଭାଷ୍କର ସ୍ୱାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ