ସାହିତ୍ୟିକ ପ୍ରଭୁ ପ୍ରସାଦ ପାଣିଗ୍ରାହିଙ୍କ ଆତ୍ମଜୀବନୀ ଲୋକାର୍ପିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ଖଲ୍ଲିକୋଟ କଲେଜର ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ସମାଜସେବୀ . ସାହିତ୍ୟିକ ପ୍ରଭୁ ପ୍ରସାଦ ପାଣିଗ୍ରାହିଙ୍କ ଆତ୍ମଜୀବନୀ ଗ୍ରନ୍ଥ ବିସୃତ ବେଳାଭୂମିର ନାରାୟଣ ସେନାପତିଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି ନରେନ୍ଦ୍ର କୁମାର ମିଶ୍ର , ସମ୍ମାନିତ ବକ୍ତା ରୁପେ କଥାକାର ସଦାନନ୍ଦ ତ୍ରୀପାଠୀ ,ସଭାପତି ଆସନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ୍ରର ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦାନ କରିଥିବା ବେଳେଡଃ.ଶରତ କୁମାର ଜେନା ସଭା ସଂଜୋଜନା କରିଥିଲେ । ଅସୀମ ଜ୍ଞାନର ଅଧିକାରୀ – ଶିକ୍ଷାବିତ ପ୍ରଫେସର ଶୁଭପ୍ରସାଦ ପାଣୀଗ୍ରାହୀଙ୍କ ଜୀବନଚର୍ଯ୍ୟାର ସମ୍ୟକ ସୂଚନା ସହିତ ସେଇ ଜ୍ଞାନଦୀପ୍ତ ପୁରୁଷଙ୍କର ୭୫୦ ପୃଷ୍ଠାର ଆତ୍ମଜୀବନୀ ଗ୍ରନ୍ଥ ଲୋକାର୍ପୀତ କରି ତାଙ୍କର ପ୍ରାକ୍ତନ ଛାତ୍ର ଡ. ରବିନାରାୟଣ ସେନାପତି,ଭାବ ବିହ୍ବଳ ହୋଇପଡିଥିଲେ । ସଭାଶେଷରେ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ କବି ଦୁର୍ଗା ଚରଣ ଷଡଙ୍ଗୀ ।


