ଲୋକଙ୍କୁ ମିଳୁନି ଉଜ୍ଜଳା ଗ୍ୟାସ ଇଣ୍ଡିଆନ ଗ୍ୟାସ ବିକ୍ରି ଚଢା ଦରରେ

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ ଘୋଷଣା କରିବା ସହ ସଠିକ ମୁଲ୍ୟରେ ଲୋକଙ୍କୁ ଗ୍ୟାସ ଯୋଗାଇବା ପାଇଁ, ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଲୋକଙ୍କୁ ବିନା ମୂଲ୍ୟରେ ୩ମାସର ଗ୍ୟାସ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ନିୟମକୁ ନମାନି ମୋହନା ଇଣ୍ଡିଆନ୍ ଗ୍ୟାସ ବିଷ୍ଣୁପ୍ରିୟା ଗ୍ରାମୀଣ ବିତରକ ଚାନ୍ଦିପୁଟ ଅଂଚଳରେ ଗୋଟିଏ ସିଲିଣ୍ଡରକୁ ୯୫୦ରୁ ଉର୍ଦ୍ଧ୍ୱ ତାଙ୍କ ନେଉଥିବା ସହ ଉଜ୍ଜଳା ଯୋଜନାରେ ୫ ଶହ ରୁ ୬ ଶହ ନେଉଥିବା ଅଭିଯୋଗ ହେଉଛି, ସେହିପରି ନୂତନ ସଂଯୋଗ ପାଇଁ ୫ ରୁ ୬ ହଜାର, ଉଜ୍ଜଳା ଯୋଜନା ନୂତନ କନେକସନ ପାଇଁ ୨ ହଜାର ନେଉଥିବା ବାରମ୍ବାର ଅଭିଯୋଗ ହେଇଆସୁଛି, ସେହିପରି ଗୋବିନ୍ଦପୁର, ବିରିକୋଟ, ପାଣିଗଣ୍ଡା ଏବଂ ମୋହନା ଟାଉନରେ ଚଢା ଦରରେ ଗ୍ୟାସ ବିକ୍ରି କରିବା ସହ ଘରେ ପୈଠ କରିବା ପାଇଁ ଅଲଗା ୩୦ ଟଙ୍କା ଦେବା ପାଇଁ ପଡୁ ଥିବା ଦେଖିବାକି ମିଳିଛି । ଘଟଣା ନେଇ ବିଷ୍ଣୁପ୍ରିୟା ଗ୍ରାମୀଣ ବିତରକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମର ନଜରରେ ସେମିତି କିଛି ଅଭିଯୋଗ ନାହିଁ, ଯଦି କେହି କଳାବଜାରୀ ଏମିତି ଚଢା ଦରରେ ବିକ୍ରି କରୁଥିବେ ସେଥିରେ ଆମର କିଛି କରିବାର ନାହିଁ, ଯେଉଁ ବ୍ୟକ୍ତି ଏପରି କଳା ବଜାର କରୁଛନ୍ତି ସେମାଙ୍କୁ ପଚାରନ୍ତୁ ଆମେ ଠିକରେ ଗ୍ୟାସବିତରଣ କରୁଛି ଆମ ନାମରେ ଅଭିଯୋଗ କଲେ ଆମର କିଛି କ୍ଷତି ହେବନି ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏପରି ଗ୍ୟାସ ବିତରକମାନେ ଗରିବ ଲୋକଙ୍କୁ ଠାରୁ ଲୁଟିବାରେ ଲାଗିଛନ୍ତି ଯାହା ଫଳରେ ସାଧାରଣ ଜନତା ଉପଯୁକ୍ତ ସୁବିଧା ପାଇଁ ପାରୁନାହାନ୍ତି ସରକାରୀ ଯୋଜନାରୁ । ଏପରି ବାରମ୍ବାର ଅଭିଯୋଗ କରିବା ସତ୍ୟ କିଛି କାର୍ଯ୍ୟ ଅନୁଷ୍ଟାନ ଗ୍ରହଣ କରାଯାଉନଥିବାରୁ ସେମାନେ ବାରମ୍ବାର ଏପରି କାର୍ଜ୍ୟ କରିଚାଲିଛନ୍ତି, କିଛି ବିଭାଗୀୟ ଅଧିକାରୀମାନଙ୍କୁ ହାତକରି ନିବୀବିଘ୍ନରେ ନିଜର କଳା କାରବାର ଚଳାଇଥିବା ଅଭିଯୋଗ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ