ପୁଣି ଥରେ ଗିରଫ ହେଲେ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ

ଲକ୍ଷ୍ନୌ : ପୁଣି ଥରେ କଂଗ୍ରେସର ମିଛ ଧରାପଡିଛି । ୧୦୦୦ ବସ୍‌ ପ୍ରେରଣକୁ ନେଇ ମିଥ୍ୟା ଖବର କାରଣରୁ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କୁ ଗିରଫ କରାଯାଇଛି । ବୁଧବାର ଲାଲୁଙ୍କୁ ଜାମିନ ମିଳିବା ପରେ ପୁନର୍ବାର ଗିରଫ କରାଯାଇଛି । ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଲାଲୁଙ୍କୁ ଜାମିନ ମିଳିବା ପରେ ତାଙ୍କ ଲକ୍ଷ୍ନୌ ପୋଲିସ୍‌ ପକ୍ଷରୁ ପୁନର୍ବାର ଗିରଫ କରାଯାଇଛି । ଲାଲୁଙ୍କୁ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଜରିଆରେ ଜାମିନ ମିଳିଥିବା ବେଳେ ଆଗ୍ରାରେ ମଙ୍ଗଳବାର ସନ୍ଧ୍ୟାରେ ଦିଆଯାଇଥିବା ଧାରଣା କାରଣରୁ ଅଜୟ ଲାଲୁଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ