କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା
ଭଞ୍ଜନଗର (ସନ୍ତୋଷ କୁମାର ଜେନା) : କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ୱାମ୍ବର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ନୂତନ ଭାବେ ସମ୍ବାଦ ପ୍ରତିନିଧି ଭାବେ ଯୋଗଦେଇ ଜେନା ନିଜର କାର୍ୟ୍ୟ ଦକ୍ଷତା ସମ୍ବାଦ ପରିବେଷଣ ରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ ଖବରକୁ ସମ୍ବାଦପତ୍ର ମାଧ୍ୟମରେ ଲୋକଲୋଚନକୁ ଆଣୁଥିବାରୁ କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା, କରୋନା ଭଳି ମହାମାରି ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ସମ୍ପର୍କିତ ଭଞ୍ଜନଗର ଅଞ୍ଚଳର ଖବରକୁ ନିରପେକ୍ଷ ଭାବେ ପରିବେଷଣ କରି ଲୋକମାନଙ୍କୁ ସଚେତନ କରାଉଥିବାରୁ ଅନୁଷ୍ଠାନରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା, ଶ୍ରୀ ଭଞ୍ଜଭୂମି ସାରସ୍ୱତ ପୀଠରେ ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, କାର୍ୟ୍ୟକାରୀ ସଭାପତି ବଳରାମ ସ୍ୱାଇଁ, ସମ୍ପାଦକ ସରୋଜ ନନ୍ଦ, ଉପସଭାପତି କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖ ଜେନାଙ୍କ ବାସଭବନକୁ ଯାଇ ତାଙ୍କୁ ଉପଢ଼ଉକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ, ଉପଢ଼ଉକନ ଓ ମାନପତ୍ର ଗ୍ରହଣ କରି ଜେନା ନିଜ ପ୍ରତିକ୍ରିୟା ରେ କହିଥିଲେ ଯେ ନିଜ ମାଟିରେ ଏଭଳି ସମ୍ମାନ ପାଇଥିବାରୁ ନିଜକୁ ଗୌରୱାନିତ ମନେକରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ,


