ଗଞ୍ଜାମ ମଣ୍ଡଳ ବିଜେପି ପକ୍ଷରୁ ବୃକ୍ଷରୋପଣ
ଗଞ୍ଜାମ,(ବିନୋଦ ଚନ୍ଦ୍ର ପଲାଇ): ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ଗଞ୍ଜାମ ଏନଏସି ବିଜେପି ପକ୍ଷରୁ ମାଆଙ୍କ ନାମରେ ଗୋଟିଏ ଗଛ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ମିଳିତ ଆନୁକୂଲ୍ୟରେ ବଜାର ଗୌଡ଼ ସାହିରରେ ପ୍ରଥମ ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯୁବ ମୋର୍ଚ୍ଚା ସଭାପତି ସଭାପତି ଆଶୁତୋଷ ଦାଶ ଓ କୃଷକ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ତରାଇ ଙ୍କ ସଂଯୋଜନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ଇଂ. ବିନୋଦ କୁମାର ପାଢ଼ୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ, ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ପୂର୍ବତନ ସଭାପତି କାନ୍ତାରି ଦଳାଇ, କାଉନସିଲର ଅରୁଣ କୁମାର ପଣ୍ଡା, ମୋହନ ରେଡ୍ଡୀ, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ରଞ୍ଜନ କୁମାର ବେହେରା, ପ୍ରକାଶ ବାରିକ, ନିରଞ୍ଜନ ତରାଇ, ଅଭି ଗୌଡ଼, ମୋଚିଆ ଗୌଡ଼, ମଦନ ପାଢ଼ୀ, ଗଣେଶ ମହାରଣା, ମୁରଲୀ ଦାଶ, ରାମଦାଶ ରେଡ୍ଡୀ, ସୁନୀଲ ବେହେରା ଦୁର୍ଯ୍ୟୋଧନ ମହଙ୍କୁଡ, ରଞ୍ଜିତ ନାୟକ, କାହ୍ନୁ ନାୟକ, ରୟାଲ ବେହେରା, ସଚିନ ପ୍ରଧାନ, ମାନସ ରାଉଳ, ସୁଶୀଲ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ବୃକ୍ଷ ରୋପଣ କରାଯିବ ବୋଲି ଜଣାପଡିଛି l


