ଉପଜିଲ୍ଲାପାଳଙ୍କ ବୁଦୁଲି ଓ ଲାଲସିଂ ସଂଘରୋଧ କେନ୍ଦ୍ର ପରିଦର୍ଶନ

ଭଞ୍ଜନଗର (ସନ୍ତୋଷ କୁମାର ଜେନା) : ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲାଲସିଂ ଏଵଂ ବୁଦୁଲିରେ ଥିବା ସଙ୍ଗରୋଧ କେନ୍ଦ୍ର ବୁଲି ସ୍ଥିତି ସମୀକ୍ଷା କରିଛନ୍ତି, ପ୍ରବାସୀ ଓଡ଼ିଆ ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରିବୁଝିବା ସହ କର୍ମଚାରୀ ମାନଙ୍କ ସହ ସଙ୍ଗରୋଧ କେନ୍ଦ୍ର ପରିଚାଳନା ନେଇ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ, ସେହିପରି ଉତ୍ତମ ଖାଦ୍ୟ. ସହ କୋଭିଡି ଅଧିବେଶନ, ଯୋଗ, ପ୍ରବଚନ ଇତ୍ୟାଦି କାର‌୍ୟ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ, ସୂଚନା ଅନୁସାରେ ଲାଲସିଂ ଏଵଂ ବୁଦୁଲି ସଙ୍ଗରୋଧ କେନ୍ଦ୍ର ୧୪୯ ଓ ୫୪ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି । ଗତକାଲି ମଧ୍ୟ ସନ୍ଧ୍ୟାରେ ଉପଜିଲ୍ଲାପାଳ ମିଞ୍ଜ ଭଞ୍ଜନଗର ବ୍ଳକର ଜିଲୁଣ୍ଡି, ମୁଦୁଲୀପଲ୍ଲୀ, ଭାଲିଆପାଲି ଏଵଂ ବଡକୋଦଣ୍ଡା ସଂଘରୋଧ କେନ୍ଦ୍ର ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ଗ୍ରସ୍ତ ସମୟରେ ଉପଜିଲ୍ଲାପାଳଙ୍କ ସହ ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଏଵଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ. 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ