ଜବରଦଖଲକାରୀଙ୍କ କବ୍‌ଜାରେ ସେବା ସମବାୟ ସମିତିର ମୁଲ୍ୟବାନ ଜାଗା: ନିଘୋଡ଼ ନିଦ୍ରାରେ ସମବାୟ ବିଭାଗ

ଆସିକା (ୱାଇଏନ୍‍ଏସ୍‍):  କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ରାଜ୍ୟ ସରକାର ସମବାୟ ବିଭାଗ ଜରିଆରେ ବହୁ ଚାଷୀ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହି ସବୁ କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ସେବା ସମବାୟ ସମିତି ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡିଛି। ସମବାୟ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସେବା ସମବାୟ ସମିତି ଗୁଡିକ ସରକାର କାର୍ଯ୍ୟକାରୀ କରୁଥିବା ଚାଷୀ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଦିଗରେ ଅହରହ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଛି। ସମବାୟ ବିଭାଗ ଅଧିନସ୍ଥ କାଳଷଣ୍ଢପୁର, ଗହଙ୍ଗୁ, ଧନିଜା, ନୂଆଗାଁ ସେବା ସମବାୟ ସମିତିର କୋଟି କୋଟି ଟଙ୍କାର ମୁଲ୍ୟବାନ ନିଜସ୍ୱ ଜାଗା ବିଗତ କିଛି ବର୍ଷ ମଧ୍ୟରେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଥିଲେ ମଧ୍ୟ ଜବରଦଖଲକାରୀଙ୍କ କବଳରୁ ପ୍ରାଥମିକ ସେବା ସମବାୟ ସମିତିର ନିଜସ୍ୱ ଜାଗାକୁ ଉଦ୍ଧାର କରିବା ଦିଗରେ ସମବାୟ ବିଭାଗର ନୀରବତାକୁ ନେଇ ସମବାୟ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରୀୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଗୋଟିଏ ପଟେ ପ୍ରାଥମିକ ସେବା ସମବାୟ ସମିତିର ନିଜସ୍ୱ ଜାଗା ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଥିଲା ବେଳେ ଅନ୍ୟପଟେ କେତେକ ପ୍ରାଥମିକ ସେବା ସମବାୟ ସମିତି ଭଡା ଘରେ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ତଥା ସମବାୟ ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଜବରଦଖଲକାରୀଙ୍କ କବ୍‌ଜାରୁ ସେବା ସମବାୟ ସମିତି ଗୁଡିକର ମୂଲ୍ୟବାନ୍‍ ନିଜସ୍ୱ ଜାଗାକୁ ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ