ଶ୍ରମିକ ସ୍ପେଶାଲ ଟ୍ରେନ୍ ଦ୍ଵାରା ୨୦ଦିନରେ ୨୩.୫ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ

ନୂଆଦିଲ୍ଲୀ : ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର‌୍ୟ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସହାୟ ବ୍ୟକ୍ତିଙ୍କ ଦୁଖକଷ୍ଟକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ଭାରତୀୟ ରେଳ “ମେ’ ୦୧, ୨୦୨୦ରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଥିଲା । ମେ’ ୨୦, ୨୦୨୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୭୩ “ଶ୍ରମିକ ସ୍ପେଶାଲ” ଟ୍ରେନ୍ ଚଳାଚଳ ହୋଇଛି, ଯାହାଦ୍ୱାରା ୨୩.୫ ଲକ୍ଷରୁ ଅଧିକ ଯାତ୍ରୀ ନିଜ ନିଜ ରାଜ୍ୟରେ ପହଞ୍ଚି ପାରିଛନ୍ତି । ଗତକାଲି ଅର୍ଥାତ ମେ’ ୧୯, ୨୦୨୦ରେ ରେକର୍ଡ ସଂଖ୍ୟକ ସମୁଦାୟ ୨୦୫ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଦେଶର ବିଭିନ୍ନ ରାଜ୍ୟରୁ ୨.୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିବାରେ ସକ୍ଷମ ହୋଇଛି । ଏହି ୧୭୭୩ ଟ୍ରେନ ଆନ୍ଧ୍ରପ୍ରଦେଶ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହରିୟାଣା, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ବିଭିନ୍ନ ରାଜ୍ୟରୁ ଏହାର ଯାତ୍ରା ଆରମ୍ଭ କରିଥିଲା । ଏଥିସହିତ ଏହି “ଶ୍ରମିକ ସ୍ପେଶାଲ” ଟ୍ରେନଗୁଡିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟଗୁଡିକରେ ଏହାର ଯାତ୍ରା ଶେଷ କରିଥିଲା । ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କର ସଠିକ ସ୍କ୍ରିନିଂ ସୁନିଶ୍ଚିତ କରାଯାଇଥିଲା । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି ଦିଆ ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ