ଇଟାଭାଟିରୁ ଫେରିଲାବେଳେ ଆଦିବାସୀ ଝିଅ ମୃତ
(ଯୁଗାବ୍ଦ ନ୍ୟୁଜ ) ଦୁଇ ବର୍ଷ ପୁର୍ବେ ଆନ୍ଧ୍ର ଇଟା ଭଟିକୁ କାମ କରିବାକୁ ଯାଇ ଏକ ଆଦିବାସୀ ପରିବାର । ରୁଗୁଣ ଝିଅ ଧର ଗାଁକୁ ଫେରୁଥିବା ସମୟରେ ଝିଅର ମୃତ୍ୟୁ ହୋଇଛି। ମୄତ ଝିଅକୁ ସରଦାର ଗାଁ ଦାଣ୍ଡରେ ଫୋପାଡ଼ି ଦେଇ ଫେରାର ହୋଇଥିବା ପରିବାର କହୁଛି। ଖଡ଼ିଆଳ ବ୍ଲକ ଢକସର ପଂଚ୍ୟାତ୍ ର ଗୋଡତାଲା ଗାଁର ପୁତନା ମାଝି ଙ୍କ ପରିବାର ସ୍ଥାନୀୟ ନିଜ ଗାଁ ର ସରଦାର ସହଦେବ ତାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲା ର ଜଣେ ସରଦାର ସହାୟତାରେ ଆନ୍ଧ୍ର ପ୍ରଦେଶର ଇଟା ଭଟିକୁ କାମ କରିବାକୁ ଯାଇଥିଲେ। ପରିବାରରେ ପୂତନା ମାଝି ର ୩ ଝିଅ ଏକ ପୁଅ ଥିଲେ। ଦୁଇ ବର୍ଷ କାମ କରିବାପରେ ୧୪ ବର୍ଷ ର ଝିଅ କିଆଫୁଲ ମାଝି ଦେହ ଖରାପ ହେବାରୁ ବିଭିନ ଲୋକ ସହାୟତାରେ କଣ୍ଟାବଂଜି ଆସି ଝିଅକୁ ଖଡ଼ିଆଳ ଡାକ୍ତର ଖାନା ରେ ଚିକିତ୍ସା କଲେ। ଝିଅ ଠିକ ନହେବାରୁ ନୂଆପଡ଼ା ମୁଖ୍ୟ ଡାକ୍ତର ଖାନା ନେବାରୁ ଝିଅ ସେଠାରେ ମରିଗଲା। ପୁଣି କୋଣସି ମତେ ଶବକୁ ଗାଁକୁ ଆଣି ଗାଁ ଦାଣ୍ଡରେ ଛାଡ଼ି ଦିଆଗଲା। ଯିଏ ଛାଡ଼ିବାକୁ ଆସିଲେ ସେ କିଏ ପରିବାର କହୁଛନ୍ତି। ସରଦାର ର ଲୋକ ହିଁ ଶବ ଛାଡ଼ି ଚାଲି ଯାଇଥିବା ଅନୁମାନ ହେଉଛି । ପୂତନା ମାଝି ର ସ୍ୱାମୀ ନହିଁ। ୩ ଝିଅ ଓ ପୁଅ ସହ ଆନ୍ଧ୍ର ଇଟା ଭାଟିରେ କାମ କଲେ। ୨ ଲକ୍ଷ ୮୦ ହଜାର ଇଟା ତିଆରି କଲେ। ହେଲେ ସରଦାର ଟଙ୍କା ପଇସା କିଛି ନଦେଇ ପରିବାରକୁ ଛାଡ଼ି ଦେଲେ। ବର୍ତମାନ ପୁତନା ମାଝି ର କେହି ନାହାନ୍ତି। ଶବ ସତ୍କାର ହୋଇ ପାରୁ ନାହିଁ। ଘର ଭାଙ୍ଗି ଯାଇଛି। ପରିବାର କେଉଁଠି ରହିଵା ଯାଗା ନହିଁ।


