ପଞ୍ଜିକରଣ ପରେ ବି ପ୍ରବାସୀଙ୍କ ଫେରିବା ବାଟ ଫିଟୁନି ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦଶା ମଧ୍ୟ ସରୁନି l ଲକ ଡାଉନ ଅଵଧି ପୁଣି ବୃଦ୍ଧିପାଇଥିବାରୁ ଗାଡି ମୋଟର ଟ୍ରେନ ଚଳାଚଳ ବନ୍ଦ ରହିଛି l କମ୍ପାନୀ ବନ୍ଦରହିଥିବାରୁ କାମଧନ୍ଦା ବନ୍ଦ ରହିଛି, ଫଳରେ ଖାଇବାକୁ ନ ପାଇ ଭୋକଉପବାସରେ ପଡିରହିଛନ୍ତି ଏନେଇ ଶ୍ରମିକଙ୍କ ପରିବାର ପକ୍ଷରୁ ଗ୍ରାମ ପଞ୍ଚାୟତ ଅଫିସରେ ପଞ୍ଜିକରଣ ସରିଛି l ପରିବାର ଓ ପ୍ରିୟଜନ ଫେରିବା ବାଟକୁ ଅନାଇ ରହିଛନ୍ତି l ପ୍ରକାଶଯେ, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡର ନୂଆଗାଁ ବ୍ଲକ ଅନ୍ତର୍ଗତ ଶୀର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର ୧୩ ଜଣ ଶ୍ରମିକ ଗାଁରେ କାମଧନ୍ଦା ନ ମିଳିବାରୁ ଆନ୍ଧ୍ରପ୍ରଦେଶ ଚିତୋର ଜ଼ିଲ୍ଲାର ଶ୍ରୀସିଟି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ବିଲଡିଂ ନିର୍ମାଣ କାମରେ ୬ ମାସହେବ ନିୟୋଜିତ ଥିଲେ l ଲକ ଡାଉନ ଯୋଗୁଁ ସେମାନଙ୍କ ଦୁର୍ଦଶା ବଢ଼ଯାଇଛି l ଗାଁକୁ ଫେରିଆସିବାକୁ ସେମାନେ ଏକ ଭିଡ଼ିଓ ମାଧ୍ୟମରେ ଓଡିଶା ସରକାର ଓ ଜ଼ିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି l ସେପଟେ ପରିବାର ଲୋକେ ବି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଓଡିଶା ସରକାର ଓ କନ୍ଧମାଳ ପ୍ରଶାସନଙ୍କୁ ନିବେଦନ କରିଛନ୍ତି l ଓଡିଶା ସରକାର ମଧ୍ୟ ପ୍ରବାସୀଙ୍କ ସମସ୍ୟା ସମାଧାନ ପାଇଁ ସବୁ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରଛନ୍ତି l କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନି ପ୍ରବାସୀଙ୍କ ଫେରିବା ଆଶା କ୍ଷୀଣ ହେଉଛି l ଯାହା ଫଳରେ ଅସନ୍ତୋଷ ପ୍ରକାଶ ପାଉଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ପରିବାର ପକ୍ଷରୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ