‘ପାତାଲଲୋକ’ ପାଇଁ ବିବାଦରେ ଅନୁଷ୍କା

ଏବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଡିଜିଟାଲ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରଯୋଜକ ଭାବେ ଆମାଜନ ପ୍ରାଇମ ସିରିଜରେ ‘ପାତାଲଲୋକ’ ରିଲିଜ୍ କରିଛନ୍ତି। ସୋସାଲ ମିଡିଆରେ ଏହି ଶୋ’ର ଜୋରଦାର ପ୍ରଶଂସା କରାଯାଉଛି। ତେବେ ଏହି ଶୋ’ ପାଇଁ ଅନୁଷ୍କା ବିବାଦରେ ଫସିଥିବା ଦେଖିବାକୁ ମିଳୁଛି। ଏଥିରେ ଏକ ଜାତିସୂଚକ ଶବ୍ଦ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ ଅନୁଷ୍କାଙ୍କୁ ଲିଗାଲ ନୋଟିସ୍ ପଠାଯାଇଥିବା ଜଣାପଡ଼ିଛି। ଲୋୟର ଗିଲ୍ଡ ମେମ୍ବର ବିରେନ ସିଂ ଗରୁଙ୍ଗ ’ପାତାଲଲୋକ’ ୱେବସିରିଜର ପ୍ରଯୋଜକ ଅନୁଷ୍କା ଶର୍ମାଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି। ୧୮ ମେ’ରେ ପଠାଇଥିବା ଏହି ନୋଟିସର କପି ଏବେ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ନୋଟିସରେ ବିରେନ ସିଂ ଅଭିଯାଗ କରିଛନ୍ତି ଯେ ‘ପାତାଲଲୋକ’ ୱେବସିରିଜରେ ଜାତିସୂଚକ ଶବ୍ଦ ବ୍ୟବହାର କରାଯାଇଛି। ଏହା ପୂରା ନେପାଳ ସମ୍ପ୍ରଦାୟକୁ ଅପମାନ କରୁଛି। ସିଜିନର ଏପିସୋଡ୍ ୨ରେ ସ୍ଥାନିତ ୩ ମିନିଟ୍ ୪୧ ସେକେଣ୍ଡ ଅବଧିର ଏକ ପଚରାଉଚୁରା ଦୃଶ୍ୟରେ ଜଣେ ମହିଳା ପୋଲିସ ନେପାଳୀ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିଙ୍କୁ ଜାତିବାଦୀ ଗାଳି ଦେଉଥିବା ଦେଖିବାକୁ ମିଳୁଛି। ଏବେ ଏହି ନୋଟିସ୍ ପରେ ବିରେନ ଅନଲାଇନ ପିଟିସନ ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ସେ କହିଛନ୍ତି ରଚନାତ୍ମକ ସ୍ବାଧୀନତା ନାମରେ ନକ୍ସଲବାଦୀ ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ। ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ହସ୍ତକ୍ଷେପ ପାଇଁ ସେ ଅନୁରୋଧ କରିଛନ୍ତି। ଏଥିସହିତ ଅନୁଷ୍କା କ୍ଷମା ମାଗିବା ପାଇଁ ସେ ଦାବି କରିଛନ୍ତି। ସୂଚନାଯାଗ୍ୟ ଯେ ‘ପାତାଲଲୋକ’ ୱେବସିରିଜରେ ଜୟଦୀପ ଅହଲାୱତ, ନୀରଜ କାବୀ, ଅଭିଷେକ ବାନାର୍ଜୀ, ଗୁଲ ପନାଗଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ଏହାର କାହାଣୀ ସୁଦୀପ ଶର୍ମା ଲେଖଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ