ଜଳ କଷ୍ଟ ଦୂର ହେବ, ଦୁଇ ଗୁଣା ଜଳ ଯୋଗାଣ ପାଇଁ ପ୍ରସ୍ତୁତି

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ସହରର ସମସ୍ତ ଅଳିଗଳିରେ ଆଉ ଜଳ କଷ୍ଟ ରହିବ ନାହିଁ ବୋଲି ଜଣାପଡିଛି। ସମ୍ପ୍ରତି ହରି ଶରଣପୁର ଠାରେ ଥିବା ଜଳଭଣ୍ଡାରରେ ଦୁଇଟି ନୂତନ କୂପ ଖନନ କରିବା ହେତୁ ଅଭାବ ହେଉଥିବା ୧୫୦୦ ଗ୍ୟାଲନ୍ ଜଳ ଉତ୍ତୋଳିତ ହେବ ଓ ଏହି ଜଳ ଯୋଗାଣ ମଟର ଲଗାଇଲା ପରେ ଆରମ୍ଭ ହେବ ବୋଲି ଜଣାପଡ଼ଛି। ନିକଟସ୍ଥ ବି.ଡି.ପୂର ଓ ହାତୀଖାଲ ପ୍ରକଳ୍ପରୁ ଆସୁଥିବା ଜଳ ସହିତ ହରିଶରଣପୁର ର ପୂର୍ବରେ ଥିବା ଦୁଇଟି ପଏଣ୍ଟ ସହିତ ନୂଆ ପଏଣ୍ଟ ମିଶିଲେ ୩ ଲକ୍ଷ ଗ୍ୟାଲନ୍ ଜଳ ଯୋଗାଇ ଦିଆଯାଇପାରିବ ବୋଲି ଆକଳନ କରାଯାଇଛି। ଅରବିନ୍ଦ ନଗର ସମସ୍ତ ଗଳି କୁ ପାନୀୟ ଜଳ ପାଇପ୍ ଯୋଗେ ଯାଉନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଥିଲା। ଯଥାଶୀଘ୍ର ଏହି ସାହି ପାଇଁ ପୋଲସରା ଛକଠାରୁ ପାଇପ ବିଛାଯାଇ ଏହି ଅସୁବିଧାର ଦୂରୀକରଣ କରାଯିବ ବୋଲି ପ୍ରସ୍ତାବ ରହିଛି। ବୁଗୁଡ଼ା ସହରକୁ ଏଥି ସହିତ ବ୍ଲକ କଲୋନୀ ସ୍ଥିତ ଜଳ ଟାଙ୍କି କୁ କାଦପଡା ଫିଲଟର୍ ପଏଣ୍ଟ ରୁ ୩ ଲକ୍ଷ ଗ୍ୟାଲନ୍ ଜଳ ମଧ୍ୟ ଆସୁଅଛି। ତେବେ ଗତ ୬ ମାସ ହେଲା ପାଇପ ବିଛାଇବାକୁ ପ୍ରସ୍ତାବ ଥିଲେ ମଧ୍ୟ ଏହି କାର୍ଯ୍ୟରେ ଅହେତୁକ ବିଳମ୍ବ ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ