ସଂଗୀତ ମାଧ୍ୟମରେ କରୋନା ସଚେତନ କଲେ ଶିକ୍ଷକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ସମୟରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଲାଇନପଡ଼ା ସରକାରୀ ବିଦ୍ୟାଳୟର ଶିକ୍ଷକ ଅସିତ କୁମାର ନନ୍ଦ ସଙ୍ଗୀତ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ କଣ୍ଠରେ କରୋନାକୁ ନେଇ ସଙ୍ଗୀତ ଏବଂ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ କରିଛନ୍ତି। ଅସିତଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିବା ‘ଜିତିବ ମୋ ଦେଶ’ ସଙ୍ଗୀତଟି ବେଶ୍ ଚର୍ଚ୍ଚା ହେବା ସହ ଭାଇରାଲ ହୋଇଛି। କ.ନୂଆଗାଁ ବିଇଓଙ୍କ କାର‌୍ୟ୍ୟାଳୟର ଆକାଉଣ୍ଟାଣ୍ଟ ଗୋପିନାଥ ରାଉତ ଗୀତଟିକୁ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ବେହେରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ