ସରକାର ଙ୍କ ଶ୍ରମିକ ମାରଣ ନିଷ୍ପତି କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓ ମିଳିତ ଟ୍ରେଡ଼ ୟୁନିଅନ ର ତୀବ୍ର ବିରୋଧ
ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ରାଜ୍ୟ ଓ କେନ୍ଦ୍ର ସରକାର ଫ୍ୟାକ୍ଟ୍ରି ଆକ୍ଟ କୁ ପରିବର୍ତନ କରି ଶ୍ରମିକ ମାନେ ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରିବା ପାଇ ଗତ ତା ୦୮ / ୦୫ / ୨୦୨୦ ରେ ପ୍ରଣୟନ କରିଥିବା ସମ୍ପୂର୍ଣ୍ଣ ଅଗଣ ତାନ୍ତ୍ରିକ, ଅସାମ୍ବିଧାନିକ ,, ଏବଂ ଏହା ସମ୍ପୂର୍ଣ୍ଣ ଶ୍ରମିକ ମାରଣ ନିଷ୍ପତି ବୋଲି AICC ର ସଦସ୍ୟ, ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କନ୍ଧମାଳ ର ଲଢୁଆ ସଂଗ୍ରାମୀ ଆଦିବାସୀ ଯୁବ ନେତା , ତଥା ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚର ସଭାପତି ଶ୍ରୀ ଘନକୁମାର ସାବରଙ୍କ ନେତୃତ୍ୱରେ ଶ୍ରୀ ଯାକୁରିଲା ଖାଁ, , ଶ୍ରୀ ପ୍ରଫୁଲ ବେହେରା ଜିଲ୍ଲା ସାଧାରଣ ସମ୍ପାଦକ, ଶ୍ରୀ ଶିବଶଙ୍କର ବେହେରା SC CELL ଅଧକ୍ଷ କନ୍ଧମାଳ, ସୁଦାମ ବେହେରା ରାଧାକାନ୍ତ ଡିଗାଲ,, ଗଜେନ୍ଦ୍ର କହେଁର ସରକାର ଙ୍କୁ ଶ୍ରମିକ ମାରାଣ ନିଷ୍ପତି ପ୍ରତ୍ୟାହାର କରିବାପାଇଁ ଚେତାବନୀ ଦେଇଛନ୍ତି ! ଘନ ଶବର କହିଛନ୍ତି କି ବର୍ତମାନ ଦେଶରେ ମହାମାରୀ କରୋନା ରେ ପୀଡିତ ହୋଇ ଶ୍ରମିକ ମାନେ ବିଶ୍ୱର କୋଣ ଅନୁକୋଣରୁ ନିଜ ନିଜ ରାଜ୍ୟର ଭିଟାମାଟିକୁ ପ୍ରତ୍ୟାବର୍ତନ କରୁଛନ୍ତି,, ସରକାର ସେମାନଙ୍କୁ କାମଧନ୍ଧା , ସହିତ ରୋଜଗାର ଯୋଗାଇବାକୁ ପଡିବ , ନହଲେ ରାଜ୍ୟରେ ପୁଣି ଶ୍ରମିକ ଆନ୍ଦୋଳନ ତେଜିବ, ଆଇନ ଶୃଙ୍ଖଳା ଭୁଶୁଡି ପଡିବ,, ତେଣୁ ଅତିଶୀଘ୍ର ଏଭଳି ଆଇନ କୁ ପ୍ରତ୍ୟାହାର କରିବାପାଇଁ କନ୍ଧମାଳ ଜିଲ୍ଲା ପାଳ ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ , ଏବଂ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ,, ଏଭଳି ଶ୍ରମିକ ମାରଣ ନିଷ୍ପତି ଫଳରେ ଗରିବ ଖଟିଖିଆ ସାଧାରଣ ବର୍ଗର ଶ୍ରମିକ ଜନସାଧାରଣ ଙ୍କ ମନରେ ସରକାର ବିରୋଧୀ ମନଭାବ ଜାଗ୍ରତ ହେବାରେ ଲାଗିଲାଣି l


