ଝିଅର ମୃତ୍ୟୁ କୁ ନେଇ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ପରିବା ମାର୍କେଟ ଗଳିରେ ରହୁଥିବା ମାମାଲି ପ୍ରଧାନ ନାମକ ଜଣେ ଯୁବତୀ ବେକରେ ଚୁନି ଲଗେଇ ଆତ୍ମହତ୍ୟା କରିଛନ୍ତି। ହେଲେ ପରିବାର ଲୋକେ ଝିଅ ର ଶାଶୁ ଘର ଲୋକେ ମାରିଥିବା ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ଯେ ବଡ଼କୋଦଣ୍ଡା କୁମ୍ଭାର ସାହିର ଖଦାଳ ପ୍ରଧାନ ଙ୍କ ଝିଅ ମାମାଲି ନିର୍ବଧ ପରଦିନ ସେହି ଗାଁ ର ନିଜ ପ୍ରେମିକ ପବିତ୍ର ବିଷୋୟୀ ସହ ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ମାମାଲି କୁ ୨୧ବର୍ଷ ପୂରଣ ହୋଇଯାଇଥିବାରୁ ପୋଲିସ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନଥିଲା। ଘଟଣାର କିଛି ଦିନ ପରେ ଉଭୟ ପବିତ୍ର ଓ ମାମାଲି ଭଞ୍ଜନଗର ଫେରିଆସି ପରିବା ମାର୍କେଟ ଗଳିରେ ଏକ ଭଡା ଘରେ ରହିଆସୁଥିଲେ। ଗୁରୁବାର ରାତି ପ୍ରାୟ ୯ଟା ସମୟରେ ମାମାଲି ଆତ୍ମହତ୍ୟା କରିଥିବା ଖବର ତାର ବାପଘର ଲୋକେ ପାଇଁ ଥିଲେ। ଫଳରେ ଏଥିରେ ସେମାନେ ସନ୍ଦେହ କରିବା ସହିତ ହତ୍ୟାକାଣ୍ଡ କୁ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଘଟଣା କୁ ନେଇ ଆଜି ତହସିଲଦାର ଆଲୋକ ପ୍ରଧାନ ଓ ସାଇଣ୍ଟିଫିକ ଟିମର ଉପସ୍ଥିତ ରେ ମୃତ ଦେହ ଜବତ କରାଯିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଏହି ଘଟଣାରେ ପୋଲିସ ମାମାଲି ର ସ୍ୱାମୀ ପବିତ୍ର କୁ ଅଟକ ରଖିଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ