ସାବିତ୍ରୀ ବ୍ରତ ଉପଲକ୍ଷେ ସଂଗରୋଧ ଗୃହରେ ରହିଥିବା ମହିଳାଙ୍କୁ ଫଳ ବଂଟନ କଲେ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଓଡ଼ିଆ ମହିଳା,ପୁରୁଷ ଓ ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଉଛି । ଏହାସହିତ ସେମାନଙ୍କ ମନୋରଞ୍ଜନ ନିମନ୍ତେ ଯୋଗ, ଲୁଡୁ ଖେଳ, ବିଭିନ୍ନ ପରିମଳ ସଫେଇ ଓ ବିଭିନ୍ନ କାର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏ ପରିପ୍ରେକ୍ଷୀରେ ପବିତ୍ର ସାବିତ୍ରୀ ଅମାବାସ୍ୟା ହେତୁ ଛତ୍ରପୁର ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ରହୁଥିବା ବିବାହିତ ମହିଳାମାନଙ୍କ ନିମନ୍ତେ ଏସଏଚଜି ମହିଳାମାନେ ଫଳ ପ୍ରଦାନ କରିଛନ୍ତି । ଯେହେତୁ ବିବାହିତ ମହିଳାମାନେ ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ଉପଲକ୍ଷେ ଫଳମୂଳ ଖାଇ ରହିଥିବା ପରମ୍ପରା ରହିଥିବାଳେ ଏଥିସକାଶେ ଏସଏଚଜି ମହିଳାମାନେ ଏହି ଫଳମୂଳ ପ୍ରଦାନ କରିଥିବା ଜଣାପଡ଼ିଛି ।


