ବ୍ରିଟିଶ କୋର୍ଟ ପହଞ୍ଚିଲା ନୀରବଙ୍କ ପ୍ରତ୍ୟର୍ପଣ ମାମଲା:ଇଡି

ନୂଆଦିଲ୍ଲୀ, (ଏଜେନ୍ସି): ୟୁନାଇଟେଡ଼୍ କିଙ୍ଗଡ଼ମ୍ (ୟୁକେ) ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲା ଆଗକୁ ବଢ଼ାଇଛି । ଏଠାକାର ଗୃହମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ପ୍ରକାଶ କରାଯାଇଛି ଯେ ନୀରବଙ୍କ ମାମଲା ଆଗକୁ ବିଚାର ପାଇଁ ଭାରତର ଆବେଦନ କ୍ରମେ ଭେଷ୍ଟମିଂଷ୍ଟର କୋର୍ଟକୁ ପଠାଯାଇଛି । ଏହା ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି ଯେ ୟୁକେ ଭାରତର ଆଗ୍ରହ ଉପରେ ଏଯାବତ୍ କୌଣସି ଉତ୍ତର ଦେଇନାହାଁନ୍ତି । ନୀରବ ନିଜ ମାମୁଁ ମେହୁଲ୍ ଜୋକ୍ସିଙ୍କ ସହିତ ମିଶି ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ରୁ ୧୩ହଜାର କୋଟି ଟଙ୍କାର ଋଣ ନେଇ ତାହାକୁ ପରିଶୋଧ ନକରି ଭାରତରୁ ପଳାୟନ କରିଥିଲେ । ବ୍ରିଟିଶ ଖବରକାଗଜ ଦି ଟେଲିଗ୍ରାଫ୍ ନୀରବ ଲଣ୍ଡନ୍ରେ ଥିବା ପ୍ରକାଶ କରିଥିଲା । ଇଡ଼ି ପକ୍ଷରୁ ପ୍ରକାଶ କରାଯାଇଛି ଯେ ୟୁକେକୁ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପିତ କରିବାର ଆଗ୍ରହ ଗତ ବର୍ଷ ଜୁଲାଇରେ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ