ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗରେ ମୁତୟନ ହେଲେ ଅଧିକ ୧୦ଏନଡିଆରଏଫ ଟିମ
କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ବେସାମରିକ ପ୍ରତିରକ୍ଷା ବିଭାଗ ପ୍ରଧାନ ଶାସନ ସଚିବଙ୍କ ଲିଖିତ ଅନୁରୋଧ କ୍ରମେ ପଶ୍ଚିମବଙ୍ଗ ବାହାରେ ଥିବା ଆଉ ୧୦ ଏନଡିଆରଏଫ ଟିମକୁ ପଶ୍ଚିମବଙ୍ଗରେ ମୁତୟନ କରାଯିବ । ଆଜି ବିଲମ୍ଭିତ ରାତି ସୁଦ୍ଧା ସେମାନେ କୋଲକାତାରେ ପହଞ୍ଚିବାର ସମ୍ଭାବନା ରହିଛି । ବର୍ତ୍ତମାନ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୨୬ ଏନଡିଆରଏଫ ଟିମ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆଉ ୧୦ଟି ଟିମ ସେମାନଙ୍କ ସହ ସାମିଲ ହେଲେ ମୋଟ ୩୬ଟି ଟିମ ଅମ୍ଫନ ମହାବାତ୍ୟା ଯୋଗୁଁ ଖ୍ୟାତିଗ୍ରସ୍ତ ୬ଟି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ ।


