ଜୁଲାଇ ୨୦ରେ ପାଟକୁରା ନିର୍ବାଚନ
କେନ୍ଦ୍ରାପଡା ବହୁ ପ୍ରତିକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ତାରିଖ ଘୋଷଣା କରାଯାଇଛି । ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୨୦ତାରିଖରେ ପାଟକୁରା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୪ ତାରିଖ ଦିନ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ଦେଇଥିଲେ ଯେ ପାଟକୁରା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୦୯ ଗୋଟି ବୁଥ ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୭ ହଜାର ୪୩୧ ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬ ଏବଂ ଅନ୍ୟାନ୍ୟ ୧୦ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୨୮୫୩ଜଣ ଭିନ୍ନକ୍ଷମ ରହିଥିବା ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ପରିଡା, ସହକାରୀ ଜିଲ୍ଲାପାଳ ଭରତ ପରିଡା, ଡେପୁଟୀ କଲେକ୍ଟର(ନିବ୍ରାଚନ)ସମ୍ବିତ ସତପଥି , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜ୍ୟୋତିଶଙ୍କର ମହାପାତ୍ର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଲେ କେନ୍ଦ୍ରାପଡା ୫/୭ – ଜ୍ୟୋତିଶଙ୍କର ମହାପାତ୍ର କେନ୍ଦ୍ରାପଡାର ନୂତନ ଉପଜିଲ୍ଲାପାଳ ଭାବେ ଆଜି ଯୋଗଦେଇଛନ୍ତି । ଶ୍ରୀ ମହାପାତ୍ର ଏଥିପୂର୍ବରୁ ରାଜ୍ୟ ନିୟୋଜନ ନିର୍ଦ୍ଦେଶାଳୟରେ ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରିଦିଆଯାଇଥିବା ଜଣାପଡିଛି ।