୮ପୋଲିସଙ୍କ ସମେତ ୧୯ନୂତନ ରକ୍ତଦାତାଙ୍କ ଦ୍ୱାରା ୪୦ୟୁନିଟ ରକ୍ତ ସଂଗ୍ରହ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : କରୋନା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଥିବା ବେଳେ ସରକାର ବହୁ ସାମାଜିକ ତଥା ସାମୁହିକ କାର୍ଯ୍ୟାକ୍ରମ ଉପରେ ରୋକ୍ ଲଗାଇଛନ୍ତି । ଏଥିପାଇଁ ବିଭିନ୍ନ ସଂଗଠନ ଦ୍ୱାରା ଚାଲିଆସୁଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବନ୍ଦ ହୋଇଯାଇଅଛି । ଯାହା ଫଳରେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି । ଏ ନେଇ ବେଲଗୁଣ୍ଠା ପୋଲିସ-ପ୍ରେସ୍ କ୍ଲବ-ଇଙ୍ଗିନାଠି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଇଙ୍ଗିନାଠି ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆୟୋଜନ କରାଯାଇଅଛି । ଏହି ଶିବିରରେ ରକ୍ତଦାତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଗୋଟିଏ କ୍ୟାମ୍ପରେ ସର୍ବାଧିକ ୩୦ ୟୁନିଟ ରକ୍ତସଂଗ୍ରହ ପାଇଁ ସରକାର ଧାର୍ଯ୍ୟା କରିଥିବା ବେଳେ ଆଜି ବହୁ ରକ୍ତଦାତା ରକ୍ତ ଦେଇ ନ ପାରି ନିରାଶ ହୋଇ ଫେରିଥିଲେ । ଆଉ କିଛି ରକ୍ତଦାତା ରକ୍ତ ଦେବା ପାଇଁ ଜିଦ୍ କରିବାରୁ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରି ଶିବିର ବନ୍ଦ କରାଯାଇଥିଲା ଏବଂ ୧୦ ଜଣଙ୍କୁ ଏକ ସ୍ୱତନ୍ତ୍ର ଗାଡିରେ ଭଞ୍ଜନଗର ରକ୍ତ ଭଣ୍ଡାରକୁ ନେଇ ରକ୍ତ ସଂଗ୍ରହ କରାଯାଇଥିଲା ।ସମୁଦାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରକୁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଏସ.ଆଇ ସମୀର ବେହେରା, ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ମେଡିକାଲ ଅଫିସର ଡାଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଇଙ୍ଗିନାଠି ସରପଞ୍ଚ ସ୍ମରଣିକା ଗୋଚ୍ଛାୟତ, ଦୀପକ କୁମାର ପଣ୍ଡା, ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଚାଲିଥିବା ସମୟରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ପହଞ୍ଚି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଶିବିରରେ ୮ ଜଣ ପୋଲିସ କର୍ମଚାରୀଙ୍କ ସହ ୧୯ ଜଣ ପ୍ରଥମଥର ରକ୍ତଦାନ କରିଥିଲେ । ରକ୍ତଦାତା ମାନେ ହେଲେ ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଚ୍ଛାୟତ, ସନ୍ତୋଷ କୁମାର ନାୟକ, ଚନ୍ଦନ ବେହେରା, ଜଗନ୍ନାଥ ବିଷୋୟୀ, ପବିତ୍ର ଭୂୟାଁ, ଦିବ୍ୟଲୋଚନ ନାୟକ, ଭବାନୀ ଶଙ୍କର ପଣ୍ଡା, ଆକାଶ କୁମାର ସାହୁ, ଶୁଭକାନ୍ତ ନାୟକ, ସନ୍ତୋଷ କୁମାର ରାଉତ, ଜଗବନ୍ଧୁ ଡାକୁଆ, ଜିତେନ୍ଦ୍ର ପ୍ରଧାନ, ମୋହିତ ସେଠୀ, କାହ୍ନୁଚରଣ ତ୍ରିପାଠୀ, ଅନୀଲ୍ କୁମାର ପତି, ସଂଗ୍ରାମ ଜିତ୍ ପଣ୍ଡା, ରାଧାକୃଷ୍ଣ ତ୍ରିପାଠୀ, କୁନା ବେହେରା, ମାନସ ରଞ୍ଜନ ମହାପାତ୍ର, ସତ୍ୟବ୍ରତ ପଣ୍ଡା, ସତ୍ୟ ନାରାୟଣ ପଟ୍ଟନାୟକ, ପ୍ରଶନ୍ନ ଚନ୍ଦ୍ର ବିଷୋୟୀ, ଅକ୍ଷୟ କୁମାର ନାୟକ, ଶ୍ରିକାନ୍ତ ମହାନ୍ତି,ସିମାଞ୍ଚଳ ସାବତ, ଶ୍ରୀଧର ରାଉତ, ପ୍ରକାଶ ଚନ୍ଦ୍ର ନାୟକ, ଉତ୍ତମ ଲେଙ୍କା, ଉମେଶ କୁମାର ମହାନ୍ତି, ସଞ୍ଜୟ କୁମାର ନାୟକ, ରଙ୍କନିଧି ସ୍ୱାଇଁ, ପ୍ରମୋଦ କୁମାର ମଲ୍ଲିକ, ପ୍ରତାପ କୁମାର ବିଶ୍ୱାଳ, ମନୋରଞ୍ଜନ ବିକ୍ଷୋୟୀ, ପଞ୍ଚାନନ ଡାକୁଆ, ନରେନ୍ଦ୍ର କୁମାର ପରିଡା, ଅରୁଣ ନାୟକ, ସୁମନ କୁମାର ବେହେରା, ପ୍ରମୋଦ କୁମାର ନାୟକ ଓ ନୃସିଂହ ପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ । ଆଜିର ଏହି କାର୍ଯ୍ୟାକ୍ରମରେ ପ୍ରେସ୍ କ୍ଳବର ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ବେହରା, ସରୋଜ ଶତପଥୀ, ଶିବରାମ ଚୌଧୁରୀ, ଭଞ୍ଜନଗର ଆମ ଓଡିଶା ସଂଯୋଜକ ବିଶ୍ୱମ୍ବର ଜେନା, ସତ୍ୟନାରାୟଣ ସିଅ,ଭି.ଆଲୋକ ରାଜୁ, ଇଙ୍ଗିନାଠି ନାଏବ ସରପଞ୍ଚ ନରେନ୍ଦ୍ର ପରିଡା, ପ୍ରକାଶ ନାୟକ, ସୁର୍ଯ୍ୟା ନାୟକ, ଦୂତୀକୃଷ୍ଣ ମହାନ୍ତି, ଶ୍ରିନିବାସ ରାଓ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟାକ୍ରମକୁ ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଚ୍ଛାୟତ ଓ ଦୀପକ କୁମାର ପଣ୍ଡା ପରିଚାଳନା କରିଥିବାବେଳେ ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ସୁରେନ୍ଦ୍ର ମହାପାତ୍ର, ଇତିଶ୍ରୀ ତ୍ରିପାଠୀ, ବିପିନ କୁମାର ପାଣିଗ୍ରାହୀ, ସିମାଞ୍ଚଳ ସେଠୀ, ଗଣେଶ ନାୟକ ଓ ପ୍ରମୋଦ ପ୍ରଧାନ ରକ୍ତ ସଂଗ୍ରହ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ