ଆଜି ଆସୁଛନ୍ତି ୨୫ ହଜାର ପ୍ରବାସୀ
ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ୨୧ ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ । ଏଥିପାଇଁ ପାଖାପାଖି ୨୫ ହଜାର ପ୍ରବାସୀ ଓଡ଼ିଆ ଫେରିବାର ସମ୍ଭାବନା ରହିଛି । ତାମିଲନାଡୁ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ସୁରତ, ପୁଣେ, ମହାରାଷ୍ଟ୍ର, ବିଶାଖପାଟଣା, ତେଲେଙ୍ଗାନା, ଗୁଜରାଟ, ଗୋଆ ଆଦି ସ୍ଥାନରୁ ଆସୁଥିବା ଟ୍ରେନ ଗୁଡ଼ିକ ବଲାଙ୍ଗୀର, ଭଦ୍ରକ, ଖୋର୍ଦ୍ଧାରୋଡ, ଭୁବନେଶ୍ୱର, ଜଗନ୍ନାଥପୁର, ବାଲେଶ୍ୱର, କଟକ, ଗଞ୍ଜାମ, ଭବାନୀପାଟଣା ଆଦି ସ୍ଥାନକୁ ଆସିବ । ଭାରତୀୟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଏତେ ସଂଖ୍ୟକ ଟ୍ରେନ ଗୋଟିଏ ଦିନରେ ଆସିନଥିଲା । ସୂଚନା ଯୋଗ୍ୟ ଯେ ଦେଶ ଏବେ କରୋନା ମହମାରୀ ସହ ସଂଘର୍ଷ କରୁଥିବା ବେଳେ ଲକଡାଉନ ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ ରେଳ ମନ୍ତ୍ରଣାଳୟ ସାହାଯ୍ୟର ହାତ ବଢ଼ାଇଛି ।


