ବଜେଟ ରେ ଉଚ୍ଚଶିକ୍ଷା ଉପରେ ଫୋକସ

• ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ଗବେଷଣା ପ୍ରତିଷ୍ଠାନ
• ଶ୍ରେଷ୍ଠ କଲେଜ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱ
• ଗଠନ ହେବ ରାଷ୍ଟ୍ରୀୟ ଖେଳ ଶିକ୍ଷା ବୋର୍ଡ
• ଅନ୍ଲାଇନ୍ କୋର୍ସ ବ୍ୟାପକ ହେବ
ଉଚ୍ଚ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଉଚ୍ଚଶିକ୍ଷାର ବିକାଶ ପାଇଁ କେନ୍ଦ୍ର ବଜେଟରେ ୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାର ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରିବାକୁ ଯାଉଛନ୍ତି।ଏହାସହ ରାଷ୍ଟ୍ରୀୟ ଗବେଷଣା ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ବିଶ୍ୱର ଶ୍ରେଷ୍ଠ ୨୦୦ କଲେଜ ଭିତରୁ ଭାରତରେ କେବଳ ୩ଟି ରହିଛି। ଦେଶରେ ଶ୍ରେଷ୍ଠ କଲେଜ ସଂଖ୍ୟା ବଢ଼ାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି।
ନିର୍ମଳା ସୀତାରମଣ କହିଛନ୍ତି, ”ଦେଶରେ ଅଧ୍ୟୟନ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି ଯୋଜନା ଲାଗୁ ହେଲେ ବିଦେଶୀ ଛାତ୍ରଙ୍କୁ ଭାରତକୁ ଆମନ୍ତ୍ରିତ କରାଯିବ। ଉଚ୍ଚଶିକ୍ଷା ପାଇଁ ଅଲଗା ନିୟମ କରାଯିବ। ରାଷ୍ଟ୍ରୀୟ ଖେଳ ଶିକ୍ଷା ବୋର୍ଡ ମଧ୍ୟ ଗଠନ କରାଯିବ। ଅନଲାଇନ୍ କୋର୍ସ କିପରି ବ୍ୟାପକ ହେବ ସେଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ