ସଶକ୍ତ ହେବେ ମହିଳା ମୁଦ୍ରା ଯୋଜନା ରେ ମିଳିବ ୧ଲକ୍ଷ ଟଙ୍କା ଋଣ
୨୦୧୯-୨୦ ପାଇଁ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ଗୃହରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର । ମୁଦ୍ରା ଯୋଜନାରେ ଏସ୍ଏଚ୍ଜି ମହିଳାମାନଙ୍କୁ ଏକ ଲକ୍ଷ ଟଙ୍କା ଋଣ ମିଳିବ ବୋଲି ସେ ଆଜି ଗୃହରେ ଘୋଷଣା କରିଛନ୍ତି ।
ଚଳିତ ବଜେଟ୍ରେ ମହିଳା ଅର୍ଥମନ୍ତ୍ରୀ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଏ ଦେଶ ହେଉଛି ‘ନାରୀ ତୁ ନାରାୟଣୀ’ର ଦେଶ । ସ୍ୱାମୀ ବିବେକାନ୍ଦ ଗୁରୁ ରାମକୃଷ୍ଣ ପରମହଂସକୁ ଲେଖିଥିବା ଏକ ଚିଠିରେ କହିଥିଲେ ଯେ ‘ମହିଳାଙ୍କ ସ୍ଥିତି ସୁଧାର ବିନା ଦୁନିଆର କଲ୍ୟାଣ ହେବାର କୌଣସି ଆଶା ନାହିଁ’ । ଗତ ଦଶକ ମହିଳାଙ୍କର ଆର୍ଥିକ-ସାମାଜିକ ସ୍ଥିତିରେ ବ୍ୟାପକ ସୁଧାର ଆସିଛି । ନିର୍ବାଚନରେ ମଧ୍ୟରେ ମହିଳା ରେକର୍ଡ ଭାଙ୍ଗିଛନ୍ତି । ଚଳିତ ନିର୍ବାଚନରେ ୭୮ ମହିଳା ନିର୍ବାଚିତ ହୋଇ ସଂସଦକୁ ଆସିଛନ୍ତି ଯାହାକି ଏବେ ପର୍ୟ୍ୟ ନ୍ତ ଥିବା ରେକର୍ଡ । ଏ ସରକାର ମୁଦ୍ରା, ଷ୍ଟାର୍ଡଅପ୍ ଇଣ୍ଡିଆ, ସ୍ୱୟଂ ସହାୟକ ଗୋଷ୍ଠ ଜରିଆରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିଛି । ଏହାକୁ ଆହୁରି ଆଗକୁ ବଢ଼ାଇବାକୁ ଏସ୍ଏଚ୍ଜିରେ ପ୍ରତ୍ୟେକ ଜିଲ୍ଲାରେ ଇନ୍ଟ୍ରେଷ୍ଟ ସବବେଂଶନ ପ୍ରୋଗ୍ରାମ ଲାଗୁ କରାଯିବ । ଏହା ସହିତ ଯେଉଁ ଏସ୍ଏଚ୍ଜି ମହିଳାଙ୍କ ପାଖରେ ଜନଧନ ଆକାଉଣ୍ଟ ରହିଛି ସେମାନଙ୍କୁ ୫୦୦୦ ଓଭର୍ ଡ୍ରାପ୍ଟ ପ୍ରଦାନ କରାଯିବ । ଏହା ସହିତ ମୁଦ୍ରା ଯୋଜନାରେ ଏସ୍ଏଚ୍ଜିର ସଦସ୍ୟଙ୍କୁ ୧ ଲକ୍ଷ ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ ।


