୧୪ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିଜ ଖର୍ଚ୍ଚରେ ଘରକୁ ଫେରିବା ନେଇ ପ୍ରବାସୀଙ୍କ ଚିନ୍ତା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସୁଦୂର ହାଇଦ୍ରାବାଦରୁ ୪ହଜାର ଟଙ୍କା ବସଭଡା ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଫେରିଥିବା ଆଳି ବ୍ଲକର ୪୦ଜଣ ପ୍ରବାସୀ ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗରସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ୧୪ଦିନ ଅତ୍ରିକ୍ରମ କରିଥିବା ବେଳେ ସେମାନଙ୍କୁ ଏକ ଫର୍ମ ଦିଆଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ସେମାନେ ନିଜ ଖର୍ଚ୍ଚରେ ଘରକୁ ଫେରି ଆଉ ୭ଦିନ ନିଜ ଘରେ ସଙ୍ଗରୋଧ ଭାବେ ରହିବେ । ସେକ ମୁକ୍ତାର ନାମକ ପ୍ରବାସୀ ଟେଲିଫୋନ ଯୋଗେ କୁହନ୍ତି ଯେ ସେମାନଙ୍କ ପାଖରେ ଏବେ ଅର୍ଥ ନଥିବା ବେଳେ ସେମାନେ କେମିତି ନିଜ ଖର୍ଚ୍ଚରେ ଘରକୁ ଫେରିବେ ବୋଲି । ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମତାମତ ନେବାରେ ଶ୍ରୀ ବର୍ମା କୁହନ୍ତି ଯେ ସମସ୍ତ ପ୍ରବାସୀଙ୍କୁ ସରକାରୀ ଖର୍ଚ୍ଚରେ ଘରକୁ ପଠାଇବା ସମ୍ଭବ ନୁହେଁ । କିନ୍ତୁ କେତେକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତାହା ବିଚାର କରିପାରେ ବୋଲି ଜିଲ୍ଲାପାଳ କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ