ଜିଲ୍ଲାରେ ନୂଆ ୬କରୋନା ପଜିଟିଭ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାରେ ଆଜି ନୂତନ ଭାବେ ୬ଟି କରୋନା ପଜିଟିଭ କେଶ ବାହାରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ଜଣ ଡେରାବିଶି ବ୍ଲକ ଅଚଂଳର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଗୋଟିଏ କେନ୍ଦ୍ରାପଡା ବ୍ଲକ ଗୋଟିଏ ରାଜନଗର ଓ ଗୋଟିଏ ରାଜକନିକା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ପ୍ରବାସୀମାନେ ପଶ୍ଚିମବଙ୍ଗ,ତେଲେଙ୍ଗାନା ଓ ତାମିଲନାଡୁରୁ ଫେରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି । ଏହା ପୂର୍ବରୁ ଜିଲ୍ଲାରେ ୪୦ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଆଜିକୁ ମିଶାଇ ୪୬ଟି ପଜିଟିଭ କେଶ ହେଲା ।


