ପୋଷ୍ଟ ଅଫିସ ଚାଲିଯିବ ଅଡବା କୁ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ସ୍ଥାନୀୟ ହେଡ କ୍ୱାଟର ନିକଟରେ ଥିବା ପୋଷ୍ଟ ଅଫିସଟି ବହୁ ପୁରୁଣା ଅଫିସଟି ଏହା ଉପରେ ନିର୍ଭର କରିଥାନ୍ତି ଅଂଚଳର ଶହ ଶହ ଲୋକ ଓ ସରକାରୀ କର୍ମଚାରୀମାନେ । ବହୁ ଦିନ ଧରି ଏହି ପୋଷ୍ଟ ଅଫିସଟି ହାଇସ୍କୁଲ ଛକରେ ୰ ଲୋକନାଥ ପାଣିଗ୍ରାହୀଙ୍କ ଘରେ ଚାଲି ଆସୁଥିଲା । କିନ୍ତୁ ଘର ମାଲିକଙ୍କୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ମାସିକ ପାଉଣା କମ ଥିବା ଯୋଗୁଁ ଘର ମାଲିକ ଘରୁ ଉଠିବା ପାଇଁ ବାରମ୍ବାର ନୋଟିସ କରିବା ପରେ ଉଚ୍ଚନ୍ୟାଳୟର ଦ୍ୱାରସ୍ତ ହୋଇ ନୋଟିସ ଜାରି କରିଥିଲେ ଘର ଖାଲି କରିବା ପାଇଁ ପୋଷ୍ଟ ଅଫିସକୁ ଏଥି ମଧ୍ୟରେ ସମୟ ସୀମା ଶେଷ ହୋଇଯାଇଥିବାରୁ ପୋଷ୍ଟ ଅଫିସ କର୍ମଚାରୀ ଉପରିସ୍ଥ ଅଧିକାରୀକୁ ଜଣାଇବା ସହ ସ୍ଥାନୀୟ ବିଡିଓ ବଂଶିଧର ଖୋସଲା, ସରପଂଚ ଶେଖର ମଳୀକଙ୍କୁ ଜଣାଇଥିଲେ କିନ୍ତୁ କୌଣସି ଦିଗରୁ ସୁବିଧା ସୁଯୋଗ ନମିଳିଥିବାରୁ ଏହି ପୋଷ୍ଟ ଅଫିସଟି ଦୁଇ ଦିନ ମଧ୍ୟରେ ଅଡବାକୁ ଚାଲି ଯିବ ବୋଲି ପୋଷ୍ଟ ଅଫିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ପୋଷ୍ଟ ଅଫିସ ଘୁଂଚାଇବା ନେଇ ମୋହନା ଓକିଲ ସଂଘ ତରଫରୁ ତିବ୍ର ନିନ୍ଦା କରାଯିବା ସହ ବ୍ଳକ ପ୍ରଶାସନ ଯୋଗୁଁ କୌଣସି ପ୍ରକାର ସହଯୋଗ ନକରେ ଅଡବା ପୋଷ୍ଟ ଅଫିସ ଚାଲିଯାଏ ତେବେ ରାଜରାସ୍ତାକୁ ଅଂଚଳବାସୀ ଓହ୍ଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ