ବସନ୍ତିଆ ପଞ୍ଚାୟତରେ ବିଜେଡି କର୍ମୀଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତର ବିଜେଡି କର୍ମୀ ତଥା ସିଲନ୍ଦି ଗ୍ରାମର ସମାଜସେବୀ ମହେନ୍ଦ୍ର ମହାନ୍ତି(୫୨)ଙ୍କର ଶନିବାର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମରଶରୀର ଗ୍ରାମରେ ପହଂଚିବା ପରେ ବସନ୍ତିଆ ପଞ୍ଚାୟତ ବିଜେଡି ସଭାପତି ବସନ୍ତ କୁମାର ବେହେରା, ପ୍ରଦୀପ ପଣ୍ଡା, ଚିନ୍ତାମଣି ଜେନା, ଗୌରାଙ୍ଗ ମଲ୍ଲିକ, ବରିଷ୍ଠ ନେତା ରାମ ଚନ୍ଦ୍ର ବେହେରା, ରବିନ୍ଦ୍ର ଭୂୟାଁଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ସାହସୀ, ପରୋପକାରୀ, ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଥିଲେ । କରୋନା ଲକ୍ ଡାଉନ୍ ପାଇଁ ସାମାଜିକ ଦୂରତ୍ୱ ମଧ୍ୟରେ ଶବ ସତ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁରେ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ବିଜେଡି ମହିଳା ସଂପାଦିକା ସୁଜାତା ଜେନା, ଜିଲା ପରିଷଦ ସଭ୍ୟା ରେବତୀ ନାୟକ ଶୋକ ପ୍ରକାଶ କରିଛନ୍ତି ।


