୧୭ଟଙ୍କାରେ ହିତାଧିକାରୀଙ୍କୁ ଦିଆଗଲା କିରୋସିନି

ହାଟଡିହି, (ଓ୍ବାଇଏନ୍ଏସ୍):ସରକାର କିରୋସିନି ଦର ହ୍ରାସ କରିଥିବାବେଳେ ହାଟଡିହି ବ୍ଲକରେ ପିଛିଲା ମାସରେ କିରୋସିନି ଉଠାଯାଇଥିବା ଦର୍ଶାଇ ହିତାଧିକାରୀଙ୍କୁ ଦୁଇତିନିଗୁଣ ଦରରେ କିରୋସିନି ବିକ୍ରୀ ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଯୋଗାଣ ବିଭାଗ ଦ୍ୱାରା ଏହାର ତଦନ୍ତ କରାଯିବା ସହ ସରକାରୀ ଦରରେ କିରୋସିନି ବିକ୍ରୀ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଆଜି କଳିଗାଁ ଓ ଅଁରା ପଞ୍ଚାୟତରେ ମେ ମାସର ତେଲକୁ ୧୭ଟଙ୍କା ଦରରେ କିରୋସିନି ବିକ୍ରୀ କରାଯାଉଛି । କେନ୍ଦୁଝର ଜିଲ୍ଲାପାଳ ମେ ମାସରେ ସରକାରୀ ଦର ୧୪ଟଙ୍କା ୪୦ପଇସା ଧାର୍ଯ୍ୟ କରିଥିବାବେଳେ ଅନେକ ପଞ୍ଚାୟତରେ ପୁର୍ବରୁ ୪୦ଟଙ୍କାରୁ ଉର୍ଦ୍ଧ ଦରରେ କିରୋସିନି ବିକ୍ରୀ ସରିଥିଲା । ସେସବୁ ପଞ୍ଚାୟତରେ ଏକାଥରକେ ତିନିମାସର ଉଠାଇନେଇ ବିକ୍ରୀ କରିଦେଇଥିଲେ । ଫଳରେ ଖାଉଟିମାନେ ବହୁକ୍ଷତିର ସମ୍ମୁଖୀନ ହୋଇଥିଲେ । କିନ୍ତୁ ବାକିଥିବା କିଛି ପଞ୍ଚାୟତରେ ଏବେ ସରକାରୀ ଧାର୍ଯ୍ୟଦର ଓ ଗାଡିଭଡାକୁ ଲଗାଇ ୧୭ଟଙ୍କାରେ ବିକ୍ରୀ କରାଯାଉଛି ବୋଲି ରିଟେଲରମାନେ ପ୍ରକାଶ କରିଛନ୍ତି । ଖାଉଟିମାନେ ମଧ୍ୟ କମ ଦରରେ କିରୋସିନି ପାଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ