ଟ୍ରାକ୍ଟର ଓଲଟି ଦୁଇ ଆହତ

ଛତ୍ରପୁର, (ୱାଇଏନ୍‌ଏସ୍‌): ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ରାସ୍ତା କଡ଼କୁ ଓଲଟି ପଡ଼ିଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଛତ୍ରପୁର ମେଡିକାଲକୁ ଆଣିଥିଲେ । ଘଟଣାରୁ ପ୍ରକାଶ ଯେ ଟ୍ରାକ୍ଟରଟି ଇଟା ବୋଝେଇ କରି ପୁରୁଣାପାଟଣା ରାସ୍ତା ଦେଇ ଛତ୍ରପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଖବର ମିଳିଛି । ଆହତ ଦୁଇ ଜଣ ହେଲେ ବୁଲୁ ମହାରଣା ଓ ନିର୍ଭର ପ୍ରଧାନ । ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତି କରିବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ