ଆସନ୍ତାକାଲିଠୁ ଚାଲିବ ମୋ ବସ୍‌

ଭୁବନେଶ୍ବର : ଆସନ୍ତା କାଲିଠୁ ଗଡିବ ମୋ ବସ୍‌ । କଟକ-ଭୁବନେଶ୍ବର ମଧ୍ୟରେ ୭ ଟି ରୁଟ୍‌ରେ ଏହି ବସ୍‌ ଚଳାଚଳ ଆରମ୍ଭ ହେବ । ପ୍ରାରମ୍ଭିକ ଭାବରେ କେବଳ ଅଣ ଶୀତତାପ ନିୟନ୍ତ୍ରିତ ବସ୍‌ ଗୁଡିକୁ ଚଳାଇବାର ନିଷ୍ପତ୍ତି ନେଇଛନ୍ତି ସରକାର । ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ୍‌-ସମ୍‌, ମାଷ୍ଟରକ୍ୟାଣ୍ଟିନ୍‌-ଏମ୍ସ, ମାଷ୍ଟରକ୍ୟାଣ୍ଟିନ୍‌-ସିଡିଏ, ମାଷ୍ଟରକ୍ୟାଣ୍ଟିନ୍‌- ଖୋର୍ଦ୍ଧା ଏବଂ ଡୁମ୍‌ଡୁମା-ମଞ୍ଚେଶ୍ବର ମଧ୍ୟରେ ଏହି ବସ୍‌ ଗୁଡିକ ଚାଲିବ ବୋଲି ଜଣାପଡିଛି । କେବଳ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସେବା ଚାଲିବ । ଏହା ସହିତ ମାସ୍କ ପିନ୍ଧିଥିବା ଲୋକଙ୍କୁ ବସ୍‌ରେ ଉଠାଯିବ ଏବଂ ଯାତ୍ରୀ ଆବଶ୍ୟକ ମୂଲ୍ୟର ଖୁଚୁରା ପ୍ରଦାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ