ସମର୍ଥ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟା ବଣ୍ଟନ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ସମର୍ଥ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଛତ୍ରପୁର ଏନଏସିର ୧୨୦ଜଣ ଭିନ୍ନକ୍ଷମ ମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ କେ.ଆନନ୍ଦ ରାଓଙ୍କ ପୈାରହିତ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ବଣ୍ଟନ କରାଯାଇଛି । ଏଥିରେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଖଣ୍ଡିଦେଉଳି ଶହୀଦ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ଦୁର୍ଯ୍ୟୋଧନ ସେଠୀ, ଛତ୍ରପୁର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶ, ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ, ଜିଲ୍ଲା ଗ୍ରାନ୍ଥାଗାରୀକ ଅମୀୟ କୁମାର ଧଳ , ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ୍ ଙ୍କ ସମେତ ଅନୁଷ୍ଠାନ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଏହ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।


