ଟାଉନ୍ ଥାନା ପକ୍ଷରୁ ଭ୍ରାମ୍ୟମାଣ ରକ୍ତଦାନ ଶିବିର
ବ୍ରହ୍ମପୁର, (ଓ୍ୱାଇଏନ୍ଏସ୍): ଲକ୍ଡ଼ାଉନ୍ ଯୋଗୁଁ ମେଡିକାଲ୍ରେ ରକ୍ତର ଅଭାବ ଦେଖାଦେଉଛି । ବ୍ରହ୍ମପୁର ପୋଲିସ ପକ୍ଷରୁ ଏ ଦିଗରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ପରାମର୍ଶକ୍ରମେ ଟାଉନ ଥାନା ପରିସରରେ ଭ୍ରାମ୍ୟମାଣ ଯାନ ମାଧ୍ୟମରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଏଥିରେ ଟାଉନଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରଥମେ ରକ୍ତଦାନ କରିଥିଳେ । ସେହିପରି ବହୁ ପୋଲିସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ରକ୍ତଦାନ କରିଥିଲେ । ଏସ୍ଡ଼ିପିଓ ବିଷ୍ଣୂ ପ୍ରସାଦ ପତି, ଯୁବ ବିଜେଡ଼ି ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ଆର୍.ମୁରଲୀ ମୋହନଙ୍କ ସମେତ ରକ୍ତ ଭଣ୍ଡାରରେ ବହୁ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।


