ବ୍ରହ୍ମପୁରରେ ଖୋଲିଲା ମଦ ଦୋକାନ, ସାମାଜିକ ଦୂରତାକୁ ଗଲେ ଭୂଲି

ବ୍ରହ୍ମପୁର, (ୱାଇଏନ୍‌ଏସ୍‌) : ବ୍ରହ୍ମପୁର ମହାନଗରରେ ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ସରକାରଙ୍କ ପ୍ରସ୍ତାବକୁ ମଦ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲେ ବି ଆଜି ବ୍ରହ୍ମପୁରର ବହୁ ମଦ ଦୋକାନରେ ପ୍ରବଳ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସରକାରଙ୍କ ପକ୍ଷରୁ କରୋନା କଟକଣା ଯୋଗୁଁ ଦୀର୍ଘ ୨ ମାସ ଧରି ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଥିବାବେଳେ ଗତକାଲି ଅଚାନକ ସରକାରଙ୍କ ପକ୍ଷରୁ ମଦ ଦୋକାନ ଖୋଲିବାପାଇଁ ଅନୁମତି ପ୍ରଦାନ କରିବା ସହ ସାମାଜିକ ଦୂରତ୍ୱରେ ବିଭ୍ରାଟ ଆଶଙ୍କାରେ ଅନ୍‌ଲାଇନ୍‌ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ସରକାରଙ୍କ ଅନ୍‌ଲାଇନ୍‌ ପ୍ରସ୍ତାବକୁ ଗତକାଲି ଜିଲ୍ଲା ବିଦେଶୀ ମଦ ଦୋକାନୀ ସଂଘ ପକ୍ଷରୁ ବିରୋଧ କରାଯାଇ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ଘୋଷଣା କରାଯାଇଥିଲା । ତେବେ ଆଜି ସକାଳେ ଅଚାନକ ବ୍ରହ୍ମପୁରର ବହୁ ମଦ ଦୋକାନ ଖୋଲାଥିବା ଏବଂ ମଦ ଗରାଖମାନେ ମନମୁଖୀ ଭାବେ ବିଭିନ୍ନ ମଦ ଦୋକାନରେ ଲମ୍ବା ଧାଡ଼ି ଲଗାଇଥିଲେ ହେଁ ସାମାଜିକ ଦୂରତ୍ୱରେ ଗୁରୁତର ବିଭ୍ରାଟ ଦେଖାଦେଇଛି ଏବଂ କେତେକ ଦୋକାନୀମାନେ ଗ୍ରାହକଙ୍କୁ କାଉଣ୍ଟରରେ ମଦ ବିକ୍ରି ପରିବର୍ତ୍ତେ ଦୋକାନ ବାହାରକୁ ଆସି ଭୋଗ ବାଣ୍ଟିବା ଭଳି ମଦ ବୋତଲ ବାଣ୍ଟି ପୂଜକ ଦକ୍ଷିଣା ନେଲା ଭଳି ଟଙ୍କା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଆଜି ମଦ ବ୍ୟବସାୟୀ ସଂଘ ପକ୍ଷରୁ ଅଚାନକ ସୂଚନା ଦିଆଯାଇଛି ଯେ, ମଦ ବ୍ୟବସାୟୀ ସଂଘ ସð ଅବକାରୀ ବିଭାଗ କର୍ତ୍ତୁପକ୍ଷ ଆଲୋଚନା କରି ସେମାନଙ୍କ ୪ ଦଫା ଦାବିନେଇ ଆଲୋଚନା କରାଯାଇଥିବା ଏବଂ ଆଲୋଚନା ପରେ ମଦ ଦୋକାନରୁ ସୁରକ୍ଷା ଅଫ୍‌ ଲାଇନ୍‌ ସହ ଅନ୍‌ଲାଇନ୍‌ ବିକ୍ରି ଏବଂ ପୂର୍ବରୁ ଜମା କରାଯାଇଥିବା ଅର୍ଥର ସମାଧାନ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିଥିବା ପରେ ଦୋକାନ ଖୋଲା ଯାଇଥିବା ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି କାମନା ପାଢ଼ୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ